ମନ ବଗିଚାର ମଧୂପ ପ୍ରଭୁହେ !
ମନ ବଗିଚାର ମଧୂପ ପ୍ରଭୁହେ !
ଫଗୁଣର ବଗିଚାରେ ତୁମେ ପ୍ରଭୁ ମଧୂମକ୍ଷୀ।
ଛୁଇଁଯାଅ ଭକ୍ତ ମନ ତା ଅନ୍ତର ପ୍ରେମ ଦେଖି ।
ଯିଏ ରହି ପାଖେ ପାଖେ
ତୁମକୁ ନେଲା ପରଖି ।
ଅଜାଡି ଦେଲ ଐଶ୍ବର୍ଯ୍ଯ
ତୁମେ ପରା ଚକା ଆଖି । (0)
ନିଦାଘକୁ ଦେଲ ମୋତେ
ବହୁଛି ତତଲା ଝାଞ୍ଜି ।
ଚାଲୁଛି କର୍ମ ଆଦରେ
ତୋ ନାମକୁ ଭଜି ଭଜି ।
କଷଣର କଷାଘାତେ
ଜାତନା ଅଣାୟତେ
ପଡି ଉଠି ଚାଲିଛି ମୁଁ
ସବୁ ଦୁଃଖ ଦେଇ ଟେକି । (୧)
ସୂଧା ମଧୂ ପରଶି ଦେ,
ଦେଇ ଅମୃତର ଧାରା,
ସବୁ ଛାଡି ଦେଇ ଯେବେ
କରୁଛି ତୋତେ ପସରା ।
କଷ୍ଟଭୋଗେ ଜନ୍ମଦୋଷେ
କର୍ମ ଦେଲ ଅନାୟସେ
ଜନ୍ମ କର୍ମ ଦୋଷ ଦେଇ
ସଜେଇଲ ମହାପାପୀ । (୨)
