STORYMIRROR

Bijaya Kumar Swain

Classics

3  

Bijaya Kumar Swain

Classics

ମାଉସୀ ମା ଙ୍କ ପୋଡପିଠା ହେଜ

ମାଉସୀ ମା ଙ୍କ ପୋଡପିଠା ହେଜ

1 min
237


ହେ ଜଗନ୍ନାଥ ତୁମ ଲୀଳା ଅପ୍ରମିତ

କେତେବେଳେ କେଉଁ 

ଲୀଳା କରୁ ଅଛ

ତୁମେ ଏକା ଜାଣିଛ।

ଉତ୍କଳ ମାଟିରେ ନୀଳାଚଳ ଧାମେ

  କର ମାନବୀୟ ଲୀଳା

ବାର ମାସେ ତେର ଯାତରା ତୁମର

  ଅପୂର୍ବ ତୁମର ଖେଳା ।

ଆଷାଢ଼ ଶୁକଳ ପକ୍ଷ ଦ୍ଵିତୀୟା ରେ

  ତିନି ରଥେ ବିଜେ ହୋଇ

ପତିତ ଜନଙ୍କ ଉଦ୍ଧାରଣ ପାଇଁ

  ବଡ଼ ଦାଣ୍ଡେ ଆସ ଧାଇଁ।

ରତନ ବେଦୀ ରୁ ଜନମ ବେଦୀ ରେ

  ଭକତେ ଦର୍ଶନ ଦେଇ

ବାହୁଡ଼ା ଦଶମୀ ତିଥିରେ ଗୋସାଇଁ

  ଶ୍ରୀ ମନ୍ଦିରେ ଆସ ଧାଇଁ।

ବଳଗଣ୍ଡି ଠାରେ ମାଉସୀ ମା ଘରେ

  ଉଭା ହୋଇ ଆନନ୍ଦରେ

ପୋଡପିଠା ଖାଇ ସୁଖ ଦୁଃଖ ବୁଝି

  ଫେରି ଆସ ଶ୍ରୀମନ୍ଦିରେ।

ଜଗତରେ ଶ୍ରେଷ୍ଠ ତୁମେ ଜଗନ୍ନାଥ

  ତୁମ୍ଭ ବିନା ନାହିଁ ଗତି

ଦେବତା ହୋଇ ବି ମାନବୀୟ ଲୀଳା

  ଆଚରନ୍ତି ଶିରୀ ପତି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics