STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚହଟିଲା କୁଞ୍ଜବନ

ଚହଟିଲା କୁଞ୍ଜବନ

1 min
277

ଚହଟେ ଚନ୍ଦନ

କଳା ମେଘ ଗରଜନ

ଉଆଁସ ରାତିରେ ନନ୍ଦ ଉଆସରେ

ଉଇଁଲା ପୂହ୍ନେଇ ଜହ୍ନଲୋ

ରାତି ଲାଗେ ଦିନଦିନ ।


ଶୋହଳ କଳାରୁ କଳାଏ କଳାରେ

ଏନ୍ତୁଡିଶାଳରେ ଯଶୋଦା କୋଳରେ

ଉଛୁଳିଲା ଗୋପ କିଏ ଆସିଲାରେ

ଆସୁ ଆସୁ ସବୁ ନୂଆ ଦିଶିଲାରେ

ଉଜାଣି ବହିଲା ଯମୁନା ପାଣିଲୋ

ଚହଟିଲା କୁଞ୍ଜବନ


ନନ୍ଦ ଯଶୋଦା ଙ୍କ ଅନ୍ଧର ଲଉଡି

ଅନ୍ଧାରରେ ଆସି ଜାଳିଲା ଦିହୁଡି

କୁଆଁ କୁଆଁ କୁଆଁ କାନ୍ଦୁଥିଲା ଏତେ

ମକରନ୍ଦ ଝରି ପଡୁଥିଲା ସତେ

ମହକି ଉଠିଲା ବନ ଉପବନ

ମହକିଲା ବୃନ୍ଦାବନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics