ତୁମ କଥା ମନେ ପଡେ
ତୁମ କଥା ମନେ ପଡେ
ତୁମ କଥା ନୀତି ମନେ ପଡି ଯାଏ
ତୁମ କଥା ଭାବି ଭାବି ରାତି ସରି ଯାଏ
କେବେ ଆସିବ ସାଥି ଜୀବନେ ମୋର
ତୁମ କଥା ମନେ ପଡେ ମୋର ଥରକୁ ଥର ।
ଆସିବ କି ସଜନୀ ପୁଣି ଥରେ କେବେ
ତୁମେ ମୋର ପ୍ରାଣ ପ୍ରିୟା ତୁମ ପାଇଁ ଜାଗେ
ଆସିବ କି ସଜନୀ ମୋ ପ୍ରେମ ମନ୍ଦିର
ତୁମ ବିନା ପ୍ରିୟା ସବୁ ଲାଗେ ଅନ୍ଧାର ।
ସୁରୁଜ ଯେବେ ଉଦୟ ହୁଏ
ଭାରି ମନେ ପଡ଼ ତୁମେ ସାଥି
କର୍ମ ମୟ ଜୀବନେ ମୋର
ମନେ ପଡ଼ୁଛ ତୁମେ ବେଶୀ
ତୁମ ଗଭାର ଗଜରା ମନେ ପଡି ଯାଏ
ତୁମ ପାଦ ର ଘୁଙ୍ଗୁର ମୋର ମନ ନେଇଯାଏ ।
ମନେ ଅଛି ତୁମ ପହିଲି ଦେଖା
ମନେ ଅଛି ତୁମ ହାତ ଲେଖା
ମନେ ପଡ଼ୁ ଅଛି ତୁମ ହାତ ପରଶା
ମନେ ଅଛି ମୋର ତୁମ ବେଶ ଭୂଷା ।
ଭୁଲି ଗଲ କି ସାଥି ତୁମେ ମୋର
ମୁ ଭୁଲି ନାହିଁ କଥା କୁ ତୁମର
ତୁମର ମୋର ସମ୍ପର୍କ ଜନ୍ମ ଜନ୍ମ ପାଇଁ
ତୁମ ବିନା ରହି ହୁଏ ନାହିଁ ।