STORYMIRROR

Sarojini Mishra

Classics

3  

Sarojini Mishra

Classics

" ଏପାରି ସେପାରି "

" ଏପାରି ସେପାରି "

1 min
140



ଦିଗବଳୟ ଏପାରିରେ ସୂର୍ଯ୍ୟୋଦୟ ହେଲେ

ଦିଗ୍ ବଳୟ ସେପାରିଟା ଆଶା କରି ବସେ

ସୂର୍ଯ୍ୟ ବି ଆସିବ ଅବସନ୍ନ

ଜ୍ୱଳନ୍ତ ମଧ୍ୟାହ୍ନ ଡେଇଁ

ପ୍ରତିଚୀର ଶାନ୍ତ ଇଲାକାକୁ ।


ଦିଗ୍ ବଳୟ ଏପାରିରେ ଶୁଭେ

କର୍ମାଭିମୁଖୀନତା ର ଶଙ୍ଖ ହୁଳହୁଳି

ଏପାରିରେ ଦୃଷ୍ଟି ଗୋଚର ହୁଏ

ଧୂପ, ଦୀପ, ନୈବେଦ୍ୟ ବନ୍ଦାପନାର

ସ୍ଵାଗତ ସଂଗୀତେ

ଚରୈବେତି ଚରୈବେତିର ସ୍ଵର

ଦିଗବଳୟ ଏପାରିରେ ସୂର୍ଯ୍ୟୋଦୟ ହେଲେ

ଦିଗ୍ ବଳୟ ସେପାରିଟା ଆଶା କରି ବସେ

ସୂର୍ଯ୍ୟ ବି ଆସିବ ଅବସନ୍ନ

ଜ୍ୱଳନ୍ତ ମଧ୍ୟାହ୍ନ ଡେଇଁ

ପ୍ରତିଚୀର ଶାନ୍ତ ଇଲାକାକୁ ।


ଦିଗ୍ ବଳୟ ଏପାରିରେ ଶୁଭେ

କର୍ମାଭିମୁଖୀନତା ର ଶଙ୍ଖ ହୁଳହୁଳି

ଏପାରିରେ ଦୃଷ୍ଟି ଗୋଚର ହୁଏ

ଧୂପ, ଦୀପ, ନୈବେଦ୍ୟ ବନ୍ଦାପନା ର

ସ୍ଵାଗତ ସଂଗୀତ- ----

ଚରୈବେତି -- ଚରୈବେତି ।


ଏପାରିର ସୂର୍ଯ୍ୟ ଉପରକୁ ଉଠେ

ଜ୍ୱଳନ୍ତ ମଧ୍ୟାହ୍ନର ସୀମା ପର୍ଯ୍ୟନ୍ତ

ସୀମା ଅତିକ୍ରମ କରିବା ନ କରିବା

ପାଇବା/ନ ପାଇବା, ବୁଝିବା/ନବୁଝିବାର

ପଦ ଚିହ୍ନ ସବୁ ସ୍ମୃତି ହୋଇଯାନ୍ତି ।


ଏପାରିର ସ୍ମୃତିମାନେ ମଧ୍ୟାହ୍ନ ଅତିକ୍ରାନ୍ତ ପରେ

କ୍ଳାନ୍ତ -ଶ୍ରାନ୍ତ ଦେଖା ଯାଉଥାନ୍ତି

କୁନି ଚଢେଇକୁ

ଆହାର ଦିଆ ମୁହୂର୍ତ୍ତ ମାନେ

ଘୁଞ୍ଚି ଯାଇଥାନ୍ତି କାହିଁ କେତେ ଦୂରକୁ ।


ସ୍ଵାଗତ ସଂଗୀତର ସୁରମାନେ

ତାଳ-ଲୟ ହରାଇ ବସନ୍ତି

ସ୍ଵାଗତ ପ୍ରଦୀପର କମନୀୟ କାନ୍ତି

ନିଷ୍ପ୍ରଭ ହୋଇ ଯାଉଥାଏ 

ସେପାରି ଟା କେତେଦୂର ଭାବୁ ଭାବୁ

ଘଣ୍ଟା, ଶବ୍ଦ ଆଳତୀ ର ଶବ୍ଦ ମାଧୁର୍ଯ୍ୟ

ହୃଦୟକୁ ଅ-ପ୍ରକାଶ୍ଯ ଅନୁଭବରେ

ଜାବୁଡି ଧରେ ।


ଘରବାହୁଡା ପକ୍ଷୀମାନଙ୍କ କଳ ରବ

ଗାଈଗୋଠ ପଛେ ପଛେ

ଗୋଧୂଳି ତା ପଣତ ହଲାଏ

ମଧ୍ୟାହ୍ନର ସୂର୍ଯ୍ୟ

ଗୋଧୂଳି ପଣତ ଆଢୁଆଳେ

ନିଷ୍ପ୍ରଭ ଅଥଚ ସୌନ୍ଦର୍ଯ୍ୟ ବିମଣ୍ଡିତ ହୋଇ

ତଳକୁ ଓହ୍ଲାଏ

ଯେଉଁଠି ଅନ୍ଧକାର ମାନେ ଡରାଉ ଥାନ୍ତି ।

ଡରି ଡରି ପାଦ ପକାଉ ପକାଉ

ଜହ୍ନ ଆଉ ତାରା ମାନଙ୍କ କୋଳାହଳରେ

ଡର ଚାଲିଯାଏ କାହିଁ କେତେ ଦୂରକୁ ।


ଏପାରିରୁ ପାଦ କାଢି 

ସେପାରିରେ ପହଞ୍ଚିବା ଯାଏ

ଅନୁଭବର ଅର୍ଗଳୀ ବଢି ଯାଇଥାଏ

ପଛକୁ ଫେରି ଚାହିଁବାକୁ ଇଚ୍ଛା ହୁଏ

ପାଦ ଚିହ୍ନ ମାନଙ୍କୁ

କେବଳ ନିଜର ପାଦ ଚିହ୍ନମାନଙ୍କୁ

ଇଚ୍ଛା ହୁଏ ପଢିବାକୁ

ପାଦ ଚିହ୍ନ ମାନଙ୍କର ଅକୁହା କାହାଣୀ।


     


     


Rate this content
Log in

Similar oriya poem from Classics