ନାଲି ମନ୍ଦାର
ନାଲି ମନ୍ଦାର
ନାଲି ମନ୍ଦାର ରେ ମା ଲୋ ସଜାଇ
ଦେବି ମୁ ତୋତେ
ନାଲି ସିନ୍ଦୁର ରେ ମା ଲୋ ସୁନ୍ଦର
ଦିଶିବୁ ତୁ ମୋତେ
ଢୋଲ ବାଜୁ ଥିବ ମହୁରୀ ଶୁଭିବ
ଧନ୍ୟ ହେବେ ଭକତେ ।
କେତେ ଆଶା ନେଇ ଆସିଛି ମୁହିଁ
କରିବାକୁ ଦରଶନ
ମା ନାମ ତୋର ହୃଦୟେ ରଖିଛି
ଦୁଃଖ ହେବ ମୋଚନ ।
ସବୁ ଦୁଃଖରୁ ମା ପାରିନେବୁ
ଅଳି କରୁଛି ଲୋ ତୋତେ
ତୋ ପଣତ ତଳେ ଆଶ୍ରା ଦେଉଥିବୁ
ପର କରିବୁନି ମୋତେ ।
ଦୁର୍ଗତି ନାଶିନୀ ନାମ ତୋର ଅଛି
ଦୁର୍ଗତି କୁ ହରିବାକୁ
ଜୀବନେ ଦୁର୍ଦ୍ଦଶା ଭୋଗୀ ଚାଲୁଅଛି
ସାହା ହେବୁ ବଞ୍ଚିବାକୁ ।