ଭାରତ ମାତା
ଭାରତ ମାତା
ମମତାମୟୀ, କରୁଣାମୟୀ
ପୂଣ୍ୟମୟୀ ମାଆ ତୁହି,
ତୋହରି କୋଳେ ବଢ଼ିଛୁ ଆମେ
ତୋହରି ସେନେହ ପାଇ ।
ତୋହରି ବକ୍ଷରେ ବହୁଅଛି
ଅବିରତ ବାରିଧାରା,
ଅମୃତ ମଣି ପାନ କରୁଛୁ
ତୋହରି ନୀରକୁ ପରା
ତୋହରି ନାମ ରଖିବୁ ମାଆ
ସୁଯୋଗ୍ୟ ସନ୍ତାନ ହୋଇ ।
ହେବୁ ଆମେ ଗାନ୍ଧୀ, ଗୋପବନ୍ଧୁ
ମଧୁସୂଦନଙ୍କ ପରି,
ମଙ୍ଗଳ ପାଣ୍ଡେ, ଓ ଭଗତ ସିଂ
ଥିଲେ ସଂଗ୍ରାମୀ ଯେପରି
ତାଙ୍କ ପରି ଆମେ ହସିହସି
ଦେବୁ ଜୀବନ ତୋ ପାଇଁ l
ତୋ ପରି ଜନନୀ ପାଇ ଆମେ
ନିଜକୁ ଧନ୍ୟ ମଣିଛୁ,
ତୋହରି ନାଆଁ ରଖିବୁ ବୋଲି
ରାଣ ପକାଇ କହୁଛୁ
ଗାଇବୁ ସଦା ତୋ ଜୟ ଗୀତି
ତୋହରି କୋଳରେ ରହି l