STORYMIRROR

Debashis Pati

Romance Fantasy

3  

Debashis Pati

Romance Fantasy

ସ୍ମୃତି ଚିଲିକା ସଞ୍ଜର

ସ୍ମୃତି ଚିଲିକା ସଞ୍ଜର

1 min
143

ପାହାଡ ଶିଖର     ଆହା କି ସୁନ୍ଦର

     ସୁନ୍ଦର କାନନ କୁଞ୍ଜ,

ମନୋରମ ଆହା କେଡେ ମନଲୋଭା

     ସୁନ୍ଦର ଚିଲିକା ସଞ୍ଜ।।


ସ୍ମୃତି ପକ୍ଷୀ ଆଜି    ଭାସିଯାଉ ଅଛି

     ଅକାତ ଚିଲିକା ଜଳେ,

ଭାବନା ରାଇଜେ  ହଜେଇ ଦେଉଛି

   ସ୍ମୃତିର ଅଭୁଲା କୋଳେ।।


ମନ ମାନସରେ   ଉଙ୍କିମାରେ ଆଜି

     ହଜିଲା ଅତୀତ କଥା,

ଚିଲିକା ଗରଭେ     ସୁନ୍ଦର ପ୍ରକୃତି

     ହରିନିଏ ସବୁ ବ୍ୟଥା।।


ମାଛରଙ୍କା ପକ୍ଷୀ  ପାଖେ ଆସି କହେ

    ଭୁଲିଯା ଭୁଲିଯା ଦୁଃଖ,

ମୋପରି ଆକାଶେ ଡେଣାଝାଡି ଉଡ଼େ

    ଦୁଃଖ ହେଉ ଅବା ସୁଖ।।


କି ସୁନ୍ଦର ଆହା     ପ୍ରକୃତିର ରୂପ

     କିସୁନ୍ଦର ଜଳରାଶି,

କିଛିକ୍ଷଣ ପାଇଁ    ଦୁଃଖ ହରିନେଇ

    ଓଠେ ଭରିଦେଲା ଖୁସି।।


ସ୍ମୃତି ଉଆସରେ    ତୁମେ ବି ରହିବ

    ଚିଲିକା ଏ ସ୍ମୃତି ସଞ୍ଜର,

କିଛିକ୍ଷଣ ପରେ    ତୁମେ ପରକଲ

    ହୋଇ ମୋର ଆପଣାର।।


                 

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance