ହୀରା
ହୀରା
ହୀରା କାଚ ଦୁହେଁ ଦିଶନ୍ତି ଏକା
ପରଖିବା ଵାଲା ହୋଇଲେ ଦେଖା।
ଚହଟ ସୁନ୍ଦର ଝଲସେ କାଚ
ସୁନା ରୁପା ସଂଗେ ଲାଗଇ ବାଚ ।
ରୂପ ଗୁଣ ସିଂହ ଶୃଗାଳ ଶିଶୁ
ଧରା ପଡେ ଦିନେ ଯେତେ ବି ମିଶୁ ।
ହୀରାକୁ ଗରବେ କହିଲା ଦିନେ
ସୁଲଭ ସୁନ୍ଦର ପସନ୍ଦ ଜନେ ।
ସୁନା ମୋ ପଛରେ ପଡିଛି ବନ୍ଧା
ମୋତି କି ମାଣିକ ଦେହରେ ଛନ୍ଦା ।
ଭେଜାଲ ବଜାରେ କେ'ଚିହେଁ ତତେ
ଆଦର କରନ୍ତି ସଭିଏଁ ମତେ ।
ଦିନ କର କଥା କାଚଟେ ଭାବି
ଫିଙ୍ଗିଦେଲା ଚୋର ସିନ୍ଦୁକ ଚାବି ।
ସାଧୁ ଦେଖାଇଲେ ହୀରାର ଗୁଣ
କାଟିଦେଲା କାଚ ଗୁମାନ ଖୁଣ ।
କାଚ ମୁହଁ କଳା କାମୁଡି ମାଟି
ମଲା ପରି ଦେହ ଯାଇଛି ଫାଟି ।
ଝାଡ଼ୁ ରେ ଖରକି ଗୋଟାଇ ଧରି
ଅଳିଆଜାଗାରେ ଦେଲାଟି ଭରି ।