Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Action

4  

SUJATA DAS

Action

କଳଙ୍କିନୀ

କଳଙ୍କିନୀ

1 min
484



କଳଙ୍କିତ ଆଜି  ଇତିହାସ ମୋର

   କଳା କାହ୍ନୁ ତୁମ ପାଇଁ

ଅପବାଦ ଟୀକା କପାଳେ ପିନ୍ଧିଚି

   କଳଙ୍କିନୀ ପଦ ପାଇ ।


ପର ପୁରୁଷରେ ଭାବ ଯୋଡ଼ିଦେଇ

   ଭୁଲିଗଲି କୂଳ ନୀତି

ବଂଶୀର ମୋହରେ ହେଇଗଲି  ମୋହ

   ବାଇ କଲା ତୁମ  ପ୍ରୀତି ।


ହୃଦୟର ଭାଷା ହୃଦୟକୁ  ଜଣା

    ଆଖି କଥା ବୁଝେ ଆଖି

ଯନ୍ତ୍ରଣା ଯାତନା ବିରହ ବେଦନା

   ସହେ ଅୟୁତ ବୈଶାଖୀ ।


ଦୁନିଆ କି ବୁଝେ ହୃଦୟର ବ୍ୟଥା

   କାହା ପାଇଁ କିଏ ଝୁରେ

ପ୍ରଣୟ ଜୁଇରେ କିଏ ଯାଏ ଜଳି

   ଭିଜେ ଅସରା ଲୁହରେ ।


ତୁମ କଳା ରଙ୍ଗ ସାଜିଲେ କଳଙ୍କ

    ଦୁଃଖ ନାହିଁ  ମନେ ମୋର

ପୁଜାରିଣୀ ସାଜି କରୁଥିବି ପୂଜା

   ରଖି ଜନ୍ମ ଜନ୍ମାନ୍ତର।



Rate this content
Log in

Similar oriya poem from Action