Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଆସ ମୋ ଜଗା ବଳିଆ

ଆସ ମୋ ଜଗା ବଳିଆ

1 min
513


ମାଣିକ ସାଜି ମୁଁ ଦହି ଆଣିଅଛି

ଆସ ମୋ ଜଗା ବଳିଆ,

ଅତି ଶରଧାରେ ଖୁଆଇ ଦେବିରେ

ଯଶୋଦା ରାଣୀ ଭଳିଆ ।


ଆଶା ଅଛି ମୋର ଏଇ ବାଟେ ତୁମେ

ନିଶ୍ଚୟ ଆସିବ ବୋଲି,

ତେଣୁ କରି ଘୋଡ଼ାଟାପୁ ଶବଦକୁ

କାନେଇ ରହିଛି ଖାଲି ।


କଳା ଧଳା ଦୁଇ ଘୋଡ଼ାରୁ ଓହ୍ଲାଇ

କହିବ ମୁରୁକି ହସି,

ଦହି ମୁନ୍ଦେ ଦିଅ ଶୋଷରେ ଆମର

ତଣ୍ଟି ଯାଉଅଛି ଶୁଖି ।


ପଣତରେ ମୋର ଝାଳ ପୋଛିଦେଇ

ବଡ଼ ସରାଗରେ ସତେ,

ତୁମ ଦୁହିଁଙ୍କୁ ମୁଁ ଖୁଆଇବି ଦହି

ଆନନ୍ଦରେ ନିଜ ହାତେ ।


କଉଡ଼ି ବାଵଦ ମାଗିବିନି କିଛି

ଚାହିଁ କଳା ଧଳା ମୁଖ,

ପାସୋରିବି ସବୁ ସଂସାର ଜଞ୍ଜାଳ

ଲଭିବି ବୈକୁଣ୍ଠ ସୁଖ ।



Rate this content
Log in

Similar oriya poem from Action