STORYMIRROR

Sunanda Mohanty

Abstract Action Classics

4  

Sunanda Mohanty

Abstract Action Classics

ଯାଦୁ

ଯାଦୁ

1 min
484


ସେ ହାତରେ ଯେଉଁ ସ୍ପର୍ଶ 

ସେ ମୃଣ୍ମୟୀରେ ଏତେ ଉଷ୍ମ 

ମାଆ ଆସିଲେ ଆସୁରିକ ହେବ ଭସ୍ମ 

ଚତୁର୍ଭୁଜା ମାଆ ଆଶୀର୍ବାଦ ଦେବେ 

ଷଡ଼ଭୂଜା ମାଆ ଅର୍ଦ୍ଦଳି ବୁଝିବେ 

ଦଶଭୁଜା ମାଆ ଷଡ଼ରିପୁ ନାଶିବେ 

କାରିଗର ସ୍ପର୍ଶ ରେ ତା ଯାଦୁ 

ପଡୁଛି ଝରି ସ୍ବେଦ ବିନ୍ଦୁ ବିନ୍ଦୁ 

ପ୍ରତିଟି ନିଶ୍ୱାସେ ଜାଗେ ଆଶାର ପୁଲକ 

ମାଆ ଆସିବେ ତୋରଣ ମେଢ଼ର ଝଲକ 

କାଶତଣ୍ଡୀ କେବେଠୁ ପସରା ମେଲିଛି 

ବିପଣି ସମାହାର ହାତ ଠାରି ଡାକୁଛି 

କେତେ ଉନ୍ମାଦନା ଏ ମନେ ଜାଗିଛି 

ଅନ୍ତରୁ ଅନ୍ତରେ ଭକ୍ତି ନିର୍ଝରିଣୀ ବହୁଛି 

ସର୍ବ ଦେବତାଏ ଅସ୍ତ୍ର ଶାସ୍ତ୍ର ଧରି ସଜ 

ମାଆ ଦଶାହାତେ କରିଦେବେ ସାଜସଜ୍ଜ 

ବୁଝେନା କାରିଗର ସହଜ କି ଅସହଜ 

ମାଆଙ୍କୁ ଗଢ଼ିବ ଏହା ହିଁ ବରଜେ ଗରଜ 

ପୃଥିବୀ ମାଆ ଅପେକ୍ଷା କନ୍ୟାକୁ 

ଶିଶିର ଟୋପାରେ ସଜାଇ ଘାସ ଗାଲିଚାକୁ 

ପବନ ସ୍ଥିର ନଈରେ ଝର 

ସମୁଦ୍ରରେ ଅସୁମାରୀ ଢେଉ 

ଆକାଶରୁ ବର୍ଷା ଝରେ ସତେ ମହୁ 

ବର୍ଷା ନୁହେଁ ସତେ ପୂର୍ଣ୍ଣକଳସୀ ଜଳ ଆହା 

ମାଆ ଆଗମନେ ଆକାଶ ଢାଳୁଛି ଅମୃତ 

 ବାରିଧାରା କି ସତେ ଆହା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract