STORYMIRROR

Ajit Kumar Raut

Action Children

4  

Ajit Kumar Raut

Action Children

ସାହାସର ପରିଚୟ

ସାହାସର ପରିଚୟ

1 min
520


ବିପଦ କାଳରେ ପରିଚୟ ମିଳେ

ସାହସର ପରିଚୟ,

ବିପଦେ ନ ଡ଼ରି କର୍ମ କରୁଥାଏ

ମାନବୀୟ ପରିଚୟ।୧।

ପ୍ରଭୁଙ୍କ ଭିଆଣ ଜୀବନ ରତନ

ଡ଼ର କାହିଁ ପାଇଁ ଏବେ,

କର୍ମପଥ ଅଟେ ଜୀବନେ ଦର୍ପଣ

ଚିନ୍ତା କାହିଁ ପାଇଁ ଏବେ।୨।

ଯେତେ ଝଡ଼ ଝଞ୍ଜା କର୍ମପଥେ ଆଶୁ

ସେବାଭାବ ରଖିଥିବା,

କରୋନା ଯନ୍ତ୍ରଣା ଆଶୁ ପଛେ ଦେଶେ

ବିପଦ ଦୂରେଇ ଦେବା।୩।

ଦୁର୍ଲ୍ଲଭ ଜୀବନ ଅପୂର୍ବ ରଚନା

ଖଡିପାଜ୍ଞି ତାଙ୍କ ଠାରେ,

ଜ୍ଞାନ କର୍ମ ଧର୍ମ ବଳିଛନ୍ତି ପିଣ୍ଡେ

ନିସ୍ବାର୍ଥ ସେବା କର୍ମରେ।୪।

ବିପଦେ ନ ଡ଼ରି ଆଗକୁ ବଢିବା

ଜନକଲ୍ୟାଣ ହିଁ ମନ୍ତ୍ର,

ଜନସେବା ପ୍ରତି ସମର୍ପଣ ଭାବ

ଜନସେବା ହେଉ ମନ୍ତ୍ର।୫।

ନୂହେଁ ହିଁ କର୍ତ୍ତବ୍ୟ ଡ଼ର ବଲି କିଛି

ଡ଼ରିବା ହିଁ କାପୁରୁଷ

ବୀରର ଜାତକେ ଡ଼ର ଶବ୍ଦ ନାହିଁ

ଡ଼ର ଅଟେ କାପୁରୁଷ।୬।

ଡ଼ର ଛାଡି ନିତ୍ୟେ କର୍ମ କରୁ ଥିବା

ଦେଶର ହେବ ମଙ୍ଗଳ,

ବିପଦ ପାହାଡ ଆପେ ଘୁଞ୍ଚି ଯିବ

ଜନଙ୍କ ହେବ ମଙ୍ଗଳ।୭।

ବିପଦ କାଳରେ ପରିଚୟ ମିଳେ

ସାହସର ପରିଚୟ,

ବିପଦେ ନ ଡ଼ରି କର୍ମ କରୁ ଥାଏ

ମାନବୀୟ ପରିଚୟ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action