STORYMIRROR

Lokanath Rath

Tragedy Action Inspirational

4  

Lokanath Rath

Tragedy Action Inspirational

କଳଙ୍କିନୀ ନୁହେଁ

କଳଙ୍କିନୀ ନୁହେଁ

1 min
578


ନାରୀ ସିଏ ଜନ୍ମ ନିଏ କନ୍ୟା ହୋଇ ,ବୋଲାଏ ଦୁହିତା

ଧନ୍ୟ ହୁଅନ୍ତି ତାକୁ ପାଇ ,ସଂସାରେ ତାର ପିତା ମାତା ।


ବଡ଼ ଅଲିଅଳି ହୋଇ ବଢେ ପାଇ ତାଙ୍କ ସ୍ନେହ ଆଦର ,

ନାଚି ଖେଳି ବଢେ ଆନନ୍ଦରେ ସିଏ ,ତାର ସହୋଦର ସାଙ୍ଗର।


ଧୀରେଧୀରେ ବଢି ଚାଲେ ,ହୋଇ ସର୍ବଗୁଣେ ସିଏ ବଡ଼ ନିପୁଣା

ବିଦ୍ୟା ,ବୁଦ୍ଧି,କର୍ମ ,ସବୁରେ ହୁଅଇ ସିଏ ସଦା ପରିପୂର୍ଣ୍ଣା।


କଳଙ୍କର ଦାଗ ଠାରୁ ତାକୁ ସଦା ରଖନ୍ତି କରି ଦୂର ,

ବିବାହ କରି ପତି ସଙ୍ଗେ ଯାଏ ,ମଥାରେ ଲଗାଇ ସିନ୍ଦୁର ।


ଥିଲା ଝିଅ ,ହେଲା ପତ୍ନୀ ,ହେଲା ପୁଣି ବୋହୁ କାହାର ,

ସବୁ ସହି ହସି ହସି ମନ ଜିଣି ଚଳାଏ ସଂସାର ।


ତଥାପି ଏହି କୃର ସମାଜ କେବେ ଦିଏ ଭିନ୍ନ ଆଖ୍ୟା ,

ସତ୍ୟଯୁଗର ସୀତାଙ୍କପରି ନେଇଥାଏ ବାରମ୍ବାର ତାର ଅଗ୍ନି ପରୀକ୍ଷା ।


ସେହି ଯୁଗେ ମାତା ସୀତା ବଞ୍ଚିବାକୁ କଳଙ୍କିନୀର ମିଥ୍ୟା ଦାଗରୁ ସତୀ ହୋଇ ମଧ୍ୟ ,ପରୀକ୍ଷା ଦେଇ ଦୁରକଲେ ଭ୍ରମ ସମାଜରୁ ।


ଏବେ କିନ୍ତୁ ଏହି ଜ୍ଞାନୀ ସମାଜ ଦିଏ ଅଜ୍ଞାନୀର ପରିଚୟ ,

ମିଥ୍ୟା କଳଙ୍କର ଦାଗ ଦେବାକୁ କରେନାହିଁ ତିଳେମାତ୍ର କେବେ ଭୟ ।


ହୋଇଛି ଅନ୍ଧ ଆଜି ଗର୍ବ ଅହଙ୍କାରର ମାୟାଜାଲରେ ବାନ୍ଧି ହୋଇ

ଭାବେନହିଁ କିଛି ,ମିଥ୍ୟା ଆରୋପ ଲଗାଇ ,କଳଙ୍କିନୀ ଆଖ୍ୟା ଦେଇ ।


 ସଂସାର ଚଳାଇବା ଲାଗି ଯେବେ ନାରୀ କର୍ମ କିଛି କରେ ,

ପତି ସହ ସମସ୍ତଙ୍କ ମନେ ସୁଖ ଶାନ୍ତିର ଆଶା ଭରେ |


କିଛି ସନ୍ଦେହ ,କିଛି ହିଂସା ,କିଛି ପ୍ରତାରଣାର ହୁଅଇ ଶିକାର ,

ସେଥିପାଇଁ ତାକୁ ଦୋଷ ଦେଇ ,ମାଗନ୍ତି ପ୍ରମାଣ କଳଙ୍କିନୀ ନହେବାର ।


ଯଦିବା ହୋଇଛି ସିଏ କଳଙ୍କିନୀ ,କିଏ ଲାଗିଛି ଏହି ଦାଗ ?

ଯେବେ ସିଏ ଏହି ପ୍ରଶ୍ନ କରେ ,ଦେଖେ ସଭିଙ୍କର ତିରସ୍କାର ଭାବ ।


ଖାଲି କଳଙ୍କିନୀ କହି ଏବେ ନାରୀର କଲେ ମିଥ୍ୟା ଅପମାନ ,

କଳଙ୍କିନୀ ନୁହେଁ ସିଏ ,ଏବେ ଜାଣିଚି କେମିତି ରଖିବ ସମ୍ମାନ।


ସିଏ ନୁହେଁ ସେହି ଯୁଗର ସୀତାମାତା ,କିନ୍ତୁ ଅଟେ ଦୁହିତା ,

କଳଙ୍କିନୀ ନୁହେଁ ସିଏ ,କର୍ମ କରେ ହେବାକୁ ଦୁଇକୂଳର ହିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy