Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Romance Tragedy Action

4  

Lokanath Rath

Romance Tragedy Action

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
430



ଫଗୁଣ ଆସିଛି ,କେତେ ଆଦର ପାଉଛି ,ଦେଖ ତୁମେ

ଏକା ମୁଁ ବସିଛି ,ଖୋଜୁଛି ତୁମକୁ ମନେ ମନେ |


ତୁମେ କହିଥିଲ ,ଯାଉଛ କାମରେ ,ଆସିବ ବେଗି ଫେରି ,

ଆଖି ମେଲି ମୁହିଁ ଚାହିଁ ବସିଅଛି ମନକୁ ମାରି |


କେତେ କେତେ କଥା କିଏ କହୁଛନ୍ତି ,ଦେଉଛନ୍ତି ଅପବାଦ ,

କଣାରେ ଶୁଣୁଛି ,କୋହକୁ ଚାପୁଛି ,କରୁନାହିଁ କିଛି ପ୍ରତିବାଦ |


ଆସିଥିଲି ତୁମ ସାଥେ ,ଧରି ତୁମ ହାତ ବାହାହୋଇ ,

କେତେ ସରାଗରେ ,ସଜ ହେଉଥିଲି ନିତି ତୁମରି ପାଇଁ |


ତୁମେ କହୁଥିଲ, ଚାନ୍ଦ ପରି ମୋର ହସ ବୋଲି ,

ଲାଜରେ ଝାଉଁଳି ମୁଁ ସେବେ ,ଥିରି ଥିରି ହସୁଥିଲି |


ତୁମ ପ୍ରେମରେ ପଡି ହୋଇଛି ଏବେ ପାଗଳୀ ପରି ,

ତୁମ ବିରହ ବେଦନା ,କୁହ ସହିବି କେତେ କିପରି ।


ଦୂରେ ଯାଇ ତୁମେ ,ଲେଖିଥିଲ ଶେଷ ଫଗୁଣ ଚିଠି ,

ବଡ଼ ଆନନ୍ଦରେ ଖୋଲି ପଢ଼ିଥିଲି ତାକୁ ଆଖିକୁ ତରାଟି |


ସେ ଫଗୁଣ ଯାଇ ଏବେ ଆସିଛି ନୂଆ ହୋଇ ,

କିନ୍ତୁ ,ତୁମେ ଆସୀନାହଁ ,ବସିଛି ଏବେବି ତୁମକୁ ଚାହିଁ |


ତୁମ ଘରଲୋକେ ,ସାଇପଡିଶା ମୋତେ କଲେ କେତେ ହୀନିମାନ ,

ପୁଷ ମାସରେ ମୋର ହାତୁ ,ଭାଙ୍ଗିଦେଲେ ଚୁଡ଼ି ଶଙ୍ଖାମାନ |


ପୋଛିଲେ ମଥାରୁ ତୁମ ପାଇଁ ନାଇଥିବା ସିନ୍ଦୁର ଟୋପା ,

ଧଳା ଶାଢ଼ୀ ପିନ୍ଧାଇ ,କରିଛନ୍ତି ମୋତେ ବିଧବା ରୁପା |


କହିଲେ ସେମାନେ ,ଏବେ କହୁଛନ୍ତି ,ତୁମେ ଫେରିବ ନାହିଁ ,

କିନ୍ତୁ ,ମନରୁ ମୋର ତୁମ କଥାର ବିଶ୍ୱାସ ଯାଇନାହିଁ |


ତୁମେ କହିଥିଲ ,ଖେଳିବା ଫଗୁ ,ମିଶି ଆମେ ଫଗୁଣରେ ,

ବାରେ ବାରେ ତୁମେ ଲେଖିଥିଲ ,ଶେଷ ଫଗୁଣ ଚିଠିରେ |


ସାଇତି ରଖିଛି ,ତୁମ ଶେଷ ଫଗୁଣ ଚିଠି ଯତନରେ,

ବିଧବା ହୋଇଛି ,ଏବେ ଖେଳିବି ଫଗୁ କାହା ସାଙ୍ଗରେ ।


ଏବେ କୁହ ମୋତେ ,କାହିଁକି ଏମିତି ତୁମେ କରିଲ

ଶେଷ ଫଗୁଣ ଚିଠି ଲେଖି ,ମୋତେ ଭଣ୍ଡେଇ ଦେଲ ।


Rate this content
Log in

Similar oriya poem from Romance