Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ମାନବିକତା

ମାନବିକତା

1 min
493


ମାନବିକତା ହେଉ ମଣିଷ ର ଜାତି 

ନଥାଉ ଜାତିପ୍ରଥା 

ମାନବିକତା ହେଉ ମଣିଷର ଧର୍ମ 

ନଇଁ ଥାଉ ସଦା ମଥା ।

ମାନବିକତା ହେଉ ସର୍ବ ଗୁଣ ଧର୍ମ 

ଆଉ ନାହିଁ କିଛି ଆବଶ୍ୟକତା 

ମାନବିକତା ହେଉ ସର୍ବସୁଖ 

ନଦେଇ କା ମନେ ବ୍ୟଥା ।

ମାନବିକତାର ନ ହେଉ ଇତି 

ସେ ସ୍ବର୍ଗୀୟ ପ୍ରାଣବତ୍ତା 

ମାନବିକତାର ନ ଲାଗୁ କଳଙ୍କ 

ଦ୍ରୁମ ପରି ବଢୁ ରକ୍ଷାକର୍ତ୍ତା ।

ମାନବୀୟ ସତ୍ତା ମାନବୀୟ ଗାଥା 

ମାନବିକତା ର ଶ୍ରୋତା 

ଜାତି ଇତିହାସ ଲେଖିବାକୁ ଲୋଡ଼ା 

ଯେମିତି ଜାତୀୟତା ।

ମଣିଷ କୁ ଚିହ୍ନି ବାକୁ ହେଲେ 

ଲୋଡ଼ା ମାନବିକତା 

ସମୁଦ୍ରଠୁ ବଡ଼ ଆକାଶ ଠୁ ବଡ଼ 

ଯାହା ପାଖେ ସହୃଦୟତା ।

ମଣିଷ ପଣିଆ ସିଏ ଦେଖେଇବ 

ଯା ପାଖେ ମନୁଷ୍ୟତା 

ସର୍ବେ ଭାବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ 

ଫୁଟି ଉଠୁ ଏହି ବାର୍ତ୍ତା ।

ତେବେ ଏ ମଣିଷ ବୋଲାଇବ ଦିନେ 

ହୋଇକି ଜଗତ ଜିତା 

ସର୍ବେ ହୋଇ ସୁଖୀ ସର୍ବେ ହୋଇ ସଚେତନ 

ଚିହ୍ନିବା ରୋଗୀ ଦୁଃଖି ଙ୍କର ବ୍ୟଥା ।

ପଶୁ ଓ ଶିଶୁଙ୍କ ନିରୀହ ଆଖିରୁ 

ବୁଝିବା ଦୁଃଖ ଦୈନ୍ୟତା 

ଅଢେଇ ଦିନକୁ ବଡେଇ ନ କରି 

ହୋଇବା ଜଗତ ଜିତା ।

ବନ୍ଦେ ଉତ୍କଳ ଜନନୀ 

ଜୟ ଭାରତମାତା 

ସମନ୍ୱୟ ଆଉ ସହନଶୀଳତା 

ମଣିଷ ଜୀବନର ଗାଥା ।

ମନୁଷ୍ୟତ୍ୱ ଗୁଣେ ସର୍ବ ଜୟୀ ହୋଇ 

ପରିଚୟ ଦେବା ଭାରତୀୟ ସବୁରି ଉର୍ଦ୍ଧ ରେ 

ଯେଣୁ ଜାତି ଗୋତ୍ର କୁଳ ପରିଚୟ ଏକା ମାନବିକତା l


Rate this content
Log in

Similar oriya poem from Action