STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ସେଇଠୁ ଆରମ୍ଭ ହୁଏ ପ୍ରେମ

ସେଇଠୁ ଆରମ୍ଭ ହୁଏ ପ୍ରେମ

1 min
265


ଦୁଇଟି ହୃଦୟର କଥା ହୁଏ ଯେଉଁଠି ଏକ 

ମନ ଆତ୍ମାର ଭାବ ଭାବନା ସବୁ

ମିଳିତ ହୁଅନ୍ତି ଗୋଟିଏ ସମତଳର ଏକ ବିନ୍ଦୁରେ

ସେଇଠୁ ଆରମ୍ଭ ହୁଏ ପ୍ରେମ

ପରସ୍ପରର ଏ ଉତ୍ସର୍ଗୀକୃତ ଆକର୍ଷଣ

ସମର୍ପଣରେ ତାଙ୍କୁ ବାନ୍ଧି ରଖେ ସଂପର୍କର ଖିଅ

ନଥାଏ କିଛି ଅଦେୟ ଅବା ଆପତ୍ତି କି ଅଭିଯୋଗ

ପୂର୍ଣ୍ଣ ଆନ୍ତରିକତାରେ ଥାଏ ଅବାଧ

ଉଠେ ନାହିଁ ପ୍ରଶ୍ନ ଶଙ୍କା ସନ୍ଦେହକୁ ନେଇ 

ଭରସା ବିଶ୍ଵାସ ଥାଏ ଦୃଢ଼ ବଳବତ୍ତର

ଶରୀର ଦୁଇଟି ହୋଇଥିଲେ ମଧ୍ୟ ପୃଥକ୍ ପୃଥକ୍

ଚିନ୍ତା ଚେତନା ଜାଗ୍ରତ କରେ ଏକ ଅନୁରାଗ

ସେଇଠୁ ଆରମ୍ଭ ହୁଏ ପ୍ରେମ

ସୂକ୍ଷ୍ମ ପରିକଳ୍ପନା ନିଏ ସ୍ଥୂଳର ଏକ ବାସ୍ତବ ଆକାର

ଭଲ ପାଇବାର ଭାରଦଣ୍ଡରେ ହୁଏ ତଉଲ

ତା' ଭାରସାମ୍ୟ ରହିଥାଏ ଭୂମି ସାଥେ ସମାନ୍ତରାଳ

ହସରେ ହୁଏ ଯେତିକି ନିବିଡ଼ ନିକଟବର୍ତ୍ତୀ

ଲୁହରେ ହୁଏ ତା'ଠୁ ବହୁତ ବେଶି ଦୃଢ଼ ମଜଭୁତ

ହିସାବ ରଖା ହୁଏ ନାହିଁ କାହାର କେତେ ଅବଦାନ

କି ତ୍ୟାଗପଣର ହୁଏ ନାହିଁ ପରିସଂଖ୍ୟାନ

ଦୈବର ସଂଯୋଗରେ ହୁଏ ଏ ଅପୂର୍ବ ମିଳନ

ସେଇଠୁ ଆରମ୍ଭ ହୁଏ ପ୍ରେମ

କେତେ ଚିହ୍ନା ଜଣା ପରିଚୟ ଭିତରେ ବି

ଏକ ଅଚିହ୍ନା ମନ ଆଉ ଏକ ଅଚିହ୍ନାକୁ ପାରେ ଚିହ୍ନି

ଲାଗେ ଉଭୟଙ୍କର ଘନିଷ୍ଠତା ଅଛି ବହୁ ପୂର୍ବରୁ

ଯୋଜନ ଯୋଜନ ଦୂର ଲାଗେ ଅତି ପାଖ

ସାକ୍ଷାତରେ ଲାଗେ ଯେତିକି ଆପଣାର

ଦୂରକୁ ଗଲେ ବି ଲାଗେ ତା'ଠୁ ବେଶି ବେଶି ନିଜର

କେବେ କେହି କାହାକୁ ପାରନ୍ତି ନାହିଁ ଭୁଲି

ହୃଦୟର ପ୍ରତିଟି ସ୍ପନ୍ଦନରେ ହେଉଥାଏ ସ୍ପନ୍ଦିତ

ଲାଗେ ସେ ହିଁ ଏକ ଅଭିନ୍ନ ଜୀବନର ଜୀବନ

ସେଇଠୁ ଆରମ୍ଭ ହୁଏ ପ୍ରେମ...।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance