STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଆସ ଦେଖିଜିବା

ଆସ ଦେଖିଜିବା

1 min
336


ଆସ ମିତ ଆସ ସଙ୍ଗାତ ଆସ ହେ

      ଦେଖିବା ଭଉଁରୀ ଯାତ

ନରେନ୍ଦ୍ର ପୋଖରୀ ସଜେଇ ହୋଇଛି

       ବିମାନ ଯେ ସୁବାସିତ।


ମଣି ବିମାନରେ ମଦନ ମୋହନ

       ଶ୍ରୀଦେବୀ ଭୂଦେବୀ ବିଜେ

ପଟୁଆର ଆଗେ ଆଜ୍ଞାମାଳ ଯାଏ

       ପୂଜା ପଣ୍ଡା ଭିଡେ ହଜେ।


ପଞ୍ଚୁ ମହାଦେବ ପରେ ପରେ ଯାନ୍ତି

       ଭକ୍ତ କୀର୍ତ୍ତନ ସହିତ

ଘଣ୍ଟ ଘଣ୍ଟା ବାଜା କାହାଳୀ ବାଦନ

        ଶୁଭେ ନାନାଦି ସଙ୍ଗୀତ।


ସୁସଜ୍ଜିତ ଚାପ ନନ୍ଦା ରେ ବସନ୍ତି

       ରାମ କୃଷ୍ଣ ଓ ପାଣ୍ଡବ

ମଦନମୋହନ ଶ୍ରୀଦେବୀ ଭୂଦେବୀ

       ଭଦ୍ରା ଚାପେ ହୋଇ ଠାବ।


ନରେନ୍ଦ୍ର ପୋଖରୀ ଚାରି ପାଖେ ଘୁରି

       ଆହା ଚନ୍ଦନ ମଉଜ

ସୁନାର ଆଲଟ ସୁନାର ଚାମର

        କେତେ ରଙ୍ଗ ସଜ ବାଜ।


ହଳଦୀ ପାଣିରେ ପିଚକାରୀ ଖେଳି

       ବାହୁଡି ଆସନ୍ତି ପ୍ରଭୁ

ମନ ମୋହି ନିଏ ଏ ଚନ୍ଦନ ଯାତ

      ସୁନ୍ଦର ଲୀଳା ହେ ବିଭୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action