STORYMIRROR

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ଆଖି ପାଉନାହିଁ ଜମା

ଆଖି ପାଉନାହିଁ ଜମା

1 min
389


ସାଗରରେ କେତେ ପାଣି ଅଛି ବାପା

ଆଖି ପାଉନାହିଁ ଜମା,

ଖୁସିରେ ତ ଭାଇ ଛପଛାପ କରେ

ହସୁଛନ୍ତି ଚାହିଁ ମାମା

ଟମି ନାଚିଲାଣି ଭିଜି

ତୁମରି ପିଠିରେ ଲାଉ ହୋଇ ଥିବି

ଓହ୍ଲେଇବିନି ମୁଁ ଆଜି ।


ନୀଳ ନୀଳ ଢେଉ ମାଡ଼ି ଆସୁଛନ୍ତି

ଫେରି ଯାଉଛନ୍ତି ପୁଣି,

ଆକାଶରେ ଯେହ୍ନେ ସମୁଦ୍ର ଲାଗିଛି

ସୀମା ହେଉନାହିଁ ଜାଣି

କହୁଥିଲ ଦିନେ ମୋତେ

ୟା ଗରଭେ ଅଛି କେତେ ଯେ ଦରବ

ତେଣୁ ରତ୍ନାକର ସତେ ।


ଡଙ୍ଗାରେ ନାବିକ ମାଛ ଧରୁଛନ୍ତି

ପକ୍ଷୀ ଗାଉଛନ୍ତି ଗୀତ,

ଡଲଫିନ ଡେଇଁ କୌତୁକ କରନ୍ତି

ଦେଖିକି ପ୍ରସନ୍ନ ଚିତ୍ତ

କେଜାଣି ଆଗରୁ କାଇଁ

ଛୁଟିରେ ବୁଲିବା କାର୍ଯ୍ୟକ୍ରମ ଶୁଣି

ଘରେ କହୁଥିଲି ନାଇଁ ।


ଇଚ୍ଛା ହେଉଅଛି ଭାଇ ସଙ୍ଗେ ମିଶି

ଧାଇଁଯା'ନ୍ତି ଆର ପାରେ,

ସତର୍କ ରହିବା ଭିତରକୁ ଗଲେ

ପଡ଼ିଯିବା ବିପଦରେ

ମାନୁଅଛୁ ତୁମ କଥା

ଆମେ ସୁନାପିଲା କରୁ ସେଇ କାର୍ଯ୍ୟ

ଉଚିତ ଅଟଇ ଯଥା ।


Rate this content
Log in

Similar oriya poem from Action