STORYMIRROR

ବି. ନିରୁପମା

Romance Action Inspirational

4  

ବି. ନିରୁପମା

Romance Action Inspirational

ସହରରେ ତୁମ ଘର

ସହରରେ ତୁମ ଘର

1 min
250

ନଈ ଏ ପାରିରେ ଆମ ଗାଆଁ ଆଉ

ସହରରେ ତୁମ ଘର,

ପ୍ରସ୍ତାବ ପଡ଼ିଲେ ଗ୍ରହଣ କରିବେ

କେହ୍ନେ ଦୁଇ ପରିବାର

ଚିନ୍ତା ଲାଗୁଅଛି ମୋତେ

ନଉକାରେ ଯିବା ଆସିବା କରନ୍ତି

ଏ ଅଞ୍ଚଳ ଲୋକ ଯେତେ ।


ପୋଲଟାଏ ଏଠି ହେବ ହେବ ହୋଇ

ଗଲାଣି ବରଷ ବିତି,

ପିଲାଦିନୁ ଆମେ ପହଁରା ଶିଖିଛୁ

ପାଣିକୁ ନ ଲାଗେ ଭୀତି

ସାଙ୍ଗ ମେଳେ ପୁଣି ନିତି

ଖୁସିରେ ଗାଧୋଇ ମାଛ ଧରିନେଉ 

ଘରକୁ ଖୁସିରେ ଅତି ।


ବାହାରକୁ ଯାଇ ଉଚ୍ଚଶିକ୍ଷା ପରେ

ଜୈବିକ ଉଦ୍ୟାନ କୃଷି,

କାର୍ଯ୍ୟ କରି ଆଖପାଖ ଅଞ୍ଚଳରେ

ବନିଛି ଆଦର୍ଶ ଚାଷୀ

ଅନ୍ୟ କିଛି ଲୋକ ଆସି

ଏହି ଠାରେ ଖଟି ରୋଜଗାର କରି

ନ୍ୟନ୍ତି ପରିବାର ପୋଷି ।


ଚଳିବାରେ କିଛି ଅସୁବିଧା ନାହିଁ

ଅଛି ଘର ଦ୍ଵାର ଗାଡ଼ି,

ତୁମ ମାମୁଁ ସବୁ ହାଲଚାଲ ବୁଝି

ପ୍ରସ୍ତାବ ଅଛନ୍ତି ବାଢ଼ି

ଭଲ ମାନିବ ଏ ଯୋଡ଼ି

ମନ୍ତ୍ରୀ ଅଛନ୍ତି ମୋ ଚିହ୍ନା ଜଣା କହି

ପୋଲ ଟାଏ ଦେବା ଗଢ଼ି ।'


ଏଇତକ କାମ ହୋଇଯା'ନ୍ତା ଯେବେ

ହୁଅନ୍ତା ଜନଙ୍କ ହିତ,

ଆମ ପ୍ରେମ ପୁଣି ସଫଳ ହୁଅନ୍ତା

ପଢ଼ା ସାଥୀ ମନ ମିତ

ହାତରେ ମିଳାଇ ହାତ

ଦୁଃଖ ସୁଖ ସବୁ ବାଣ୍ଟି ନିଅନ୍ତେ ଯେ

ବିଭୁ ପଦେ ରଖି ଚିତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance