STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଚାଲ ଫେରି ଯିବା ଅତୀତକୁ

ଚାଲ ଫେରି ଯିବା ଅତୀତକୁ

1 min
299


କହୁଛେ ଚାଲ ଫେରି ଯିବା ଅତୀତକୁ, ଥରେ 

ସମୟ କଟିଲେ ଫେରି ଆସିଵ କି 

ଗ୍ରାମେ ଗାଇ ଗୋରୁ ସହ ଗାଈଆଳ ବାହୁଡି଼ବା 

ଆଉ ଜନପଦେ ଆମେ ଦେଖୁଛେ କି ।୧।


ଥିଲା ଆମର ସ୍ୱାଭିମାନ, ଘରେ ଅଭାବ ରହିଛି, 

ରହିଯିବୁ ପଛେ ଆମେ ଉପାସ 

ଅଛି କି ତାହା, ଦୁଇ ଟଙ୍କିଆ ଚାଉଳ ମାରି ଦେଲା

ଆମ ମାନ, କରୁଛୁ ଖାଲି ସାଲିସ ।୨।


ଘରେ ଛାମୁଣ୍ଡିଆ କରି, ବିବାହ ବେଦୀରେ କଦଳୀ 

ଗଛ, ଆମ ଶୁଭ ମନାସୁ ଥିଲା

ଅଡ଼ୁଆ ଲାଗିଲା, ମଣ୍ଡପରେ ବିବାହ ଡିସ୍କୋ ଲାଇଟ

ଲିଚୁ ଓ ପ୍ଲାଷ୍ଟିକ ଫୁଲରେ ସାଜିଲା ।୩।


ଯିଏ କହୁଛି ଏବେ ସତ୍ଯ ଓ ସେବାର ପୂଜାରୀ ଓ

ଅନିଷ୍ଟ କରେନା କାହାର 

ନାହିଁ ମଣିଷ ପଣିଆ, ଦୟା, ଶାନ୍ତି, ସ୍ଵାର୍ଥପରତା 

ପୁରି ରହିଛି ମନେ ତାହାର ।୪।


ନଥିଲା ପର ଆପଣାର, ଅସୂୟା ଭାବ, ସର୍ବେ ଆମେ 

ମଣିଷ ଭାଇ ବନ୍ଧୁ ଭଳିଆ

ବିସ୍ମରି ବିଗତ ସ୍ମୃତି, ଧର୍ମ ଜାତି ଭେଦ ଭାବରେ, ବିବଶ 

ହୃଦୟରେ ହୋଇଛେ ଠିଆ ।୫।


ପୁଞ୍ଜିର ପ୍ରଭାବରେ ଵାଟ ହୁଡିଛେ, ହରାଇ ଅଛେ ତ 

ମଣିଷ ପଣିଆ ଆଜି 

ମନର ଉମଙ୍ଗେ ବକ୍ର ଚାହାଣୀ, ବିଦଗ୍ଧ ବେଦନା କରେ 

ଅସ୍ତବ୍ୟସ୍ତ ପଶୁତ୍ୱର ବେଶ ସାଜି ।୬।


ନଥିଲା ବିଷାଦ, ଅଳ୍ପରେ ସନ୍ତୁଷ୍ଟ, ସର୍ଵେ ଆନନ୍ଦେ 

ବନ୍ଧା ହୋଇଥିଲେ ସ୍ନେହର ଫାଶରେ 

ମନ ଦେଖୁଛି ସପନ, ସାମ୍ରାଜ୍ୟ ଆଧିପତ୍ୟର, ଶାନ୍ତ 

ମନ ଲୁଚିଛି ସମୟର ଚକା ଭଉଁରୀରେ ।୭।


ମୁଖେ ଗୋପବନ୍ଧୁଙ୍କ ଆଦର୍ଶ, ଦେଖ ଟିକିଏ ମନକୁ

କରି ଧୀର ଓ ସ୍ଥିର

ଭାବୁନେ କି ସମକକ୍ଷ ହେଵ କେଉଁ ଲୋକ, ତାହା

ସହ ଵାନ୍ଧିବି ସମ୍ପର୍କ ଡୋର? |୮|


ଅଜିର କଷ୍ଟରୁ ଶିକ୍ଷା ପାଇ, ପୁଞ୍ଜିର ପ୍ରଭାବୁ ମୁକ୍ତି 

ପାଇ ସ୍ୱାର୍ଥପରତାକୁ ଦେବା ପାଶୋରି, 

ଚାଲ ଫେରି ଯିବା ସେ ଅତୀତକୁ, ଅନୁଗାମୀ ହେବା

ସତ୍ଯ, ମଣିଷତ୍ୱ ଓ ସେବାର ପୂଜାରୀ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action