STORYMIRROR

ବି. ନିରୁପମା

Romance Action Classics

3  

ବି. ନିରୁପମା

Romance Action Classics

ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ

ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ

1 min
225

ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ,

ନାଚିବି ଘୁଙ୍ଗୁର ବାନ୍ଧି ତୁମରି ପାଇଁ

ରଟୁ ପଛେ ଅପବାଦ,

      ଆଣିବିନି ମନେ ଖେଦ

ଚିତ୍ତଚୋର ରହିଛି ମୁଁ ତୁମକୁ ଚାହିଁ ।

ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ


ବାଳୁତ କାଳରୁ ହରି,

କରିଛ ମୋ ମନ ଚୋରି-

    ତୁମ ନାମ ଧରି ଧରି,

    ହେଲିଣି ମୁଁ କେତେ ସରି

ବିଳମ୍ବ ନ କରି ଦିଅ ଦର୍ଶନ ସାଇଁ ।

ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ


ହେ ମୋର ପରାଣ ବନ୍ଧୁ,

ତୁମେ ତ କରୁଣା ସିନ୍ଧୁ-

    ଯେ ଯେତେ ନିନ୍ଦିଲେ ନିନ୍ଦୁ,

    ଦିଅ ଏକ କୃପା ବିନ୍ଦୁ

ତରିଯିବି ଭଵ ସିନ୍ଧୁ ତୁମକୁ ଚାହିଁ ।

 ତୁମେ ବଇଁଶୀ ବାଇଲେ ଗାଇବି ମୁହିଁ


ନାଚିବି ଘୁଙ୍ଗୁର ବାନ୍ଧି ତୁମରି ପାଇଁ

ରଟୁ ପଛେ ଅପବାଦ,

      ଆଣିବିନି ମନେ ଖେଦ ।    

ଚିତ୍ତଚୋର ରହିଛି ମୁଁ ତୁମକୁ ଚାହିଁ


Rate this content
Log in

Similar oriya poem from Romance