ନୂଆଖାଇ ଜୁହାର
ନୂଆଖାଇ ଜୁହାର
ନୂଆ ଧାନ ଚାଷ ଫସଲ ଅମଳ
ପାଇଁ ପାଳିତ ହୁ ଅଇ
ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପରବ
ଅଟଇ ଏ ନୂଆଖାଇ ।
ମାଆ ସମଲେଇ ପାଖେ ପାଞ୍ଜି ଦେଖି
ସ୍ଥିର କରା ଯାଏ ଲଗ୍ନ
ଏହା ପରେ ଘର ଲିପା ପୋଛା ଯାଇ
ହୁଏ ପରିଷ୍କାର କାମ ।
ଭାଦ୍ରବ ଶୁକଳ ପଞ୍ଚମୀ ଦିନ ରେ
ପାଳିତ ହୁଏ ଉତ୍ସବ
ମାଆ ସମଲେଇ ପାଖେ ପୂଜା ଦ୍ରବ୍ୟ
ଥୋଇଣ ଆନନ୍ଦ ଭାବ ।
ହୁଅନ୍ତି ସଭିଏଁ ମତନ୍ତି ଉଲ୍ଲାସ
ନାଚ ଗୀତ ବାଦନ ରେ
ଧାନ କେଣ୍ଡା , ଚୁଡ଼ା , ମଣ୍ଡା ଓ ଉଖୁଡା
ଥୋଇ ମା ଆଙ୍କ ପାଖରେ ।
ନାନା ଭୋଗ ରାଗ ପିଠା ପଣା କ୍ଷୀରି
କୋରେଇ ପତରେ ଭରି
ପରମ ତୃପ୍ତି ରେ ସଭିଏଁ ସରାଗେ
ଖାଆନ୍ତି ଏ ନୂଆଖାଇ ।
ଝୋଟି ଚିତା ଆଦି ଆଙ୍କି ପୂଜା କରି
ଡାଲଖାଇ ନୃତ୍ୟ ଗୀତ
ଲାଗି ଆୟୋଜନ କରି ବହୁ ଜନ
ଆନନ୍ଦେ ହୁଅନ୍ତି ରତ ।
ପରିବାର ଲୋକ ନିଜ ନିଜ ମଧ୍ୟେ
କୋଳା କୋଳି ହୋନ୍ତି ସୁଖେ
ଗାଆଁ ର ମଝିରେ ପରାବ ଶେଷ ରେ
ମିଳନ୍ତି ଏ ଦିନ ଲୋକେ ।
ବଡ ମାନ ଙ୍କୁ ଓ ଗୁରୁ ଜନ ଭକ୍ତି
କରି କରନ୍ତି ପ୍ରଣାମ
ନୂଆଖାଇ ଭେଟ ଜୁହାର କହନ୍ତି
ସ୍ନେହ ଆଦର ଓ ପ୍ରେମ ।
ସଦ୍ଭାବନା ଆଉ ନବ ସମ୍ଭାବନା
ଆଣଇ ଏ ନୂଆ ଖାଇ
କେତେ ଶାନ୍ତ ସ୍ନିଗ୍ଧ ସରଳ ଗ୍ରାମୀଣ
ପରବ ପରା ଲୋ ଏହି ।

