ତୁମେ ଓ ଏକୁଟିଆ
ତୁମେ ଓ ଏକୁଟିଆ
ତୁମେ ତ ଥିଲ, ଅଛ, ଥିବ କହିଥିଲ ସବୁଦିନେ
ପୁଣି କଣ ମୁଁ ଏକୁଟିଆ ବୋଲି
ବିଚାରିବି ନିଜକୁ ?
ତୁମେ ଦୃଶ୍ଯମାନ ନୁହେଁ ଅନେକ ଆଖିକୁ,
ବିଚରନ୍ତି ପ୍ରାଣୀ ଅଣ୍ଡାଳି ଅଣ୍ଡାଳି ତୁମ ଆଖି କୁ
ହେଲେ ସତରେ କଣ ତୁମେ ନଥାଅ ?
ଏତେ ଜୀବନ ଘେରା ଚକରେ ବି
ମିଳୁ ନଥାଅ ବୋଲି ଅଭିଯୋଗ କାନ୍ଧାଅ ।
ତୁମ ସ୍ଥିତି, ଉପସ୍ଥିତି ନେଇ କୈଫିୟତ୍
ଦେଇ ହୁଏ କଣ ?
ତୁମେ ତ ସିଞ୍ଚୁଥାଅ ନିଜକୁ" ଅନୁଭବ "ଟେ କରି
ମୁଠେ, ଆକାଶେ, ସମୁଦ୍ରେ କି ବ୍ରହ୍ମାଣ୍ଡେ ଭରି ।
ଦର୍ପଣ ସିନା ଧୂଳିବିହୀନ ଥିଲେ
ପ୍ରତିଫଳିତ ହେବ ପ୍ରତିଛବି ।
ବହଳେ ମଳି ସହ " ଦିଶୁନି, ଦିଶୁନି " ଚିତ୍କାର
ମିଳୁନି ଓ ଶେଷରେ " ନାହିଁ " ର ନିଜଗଢା ଢମ
ଭିତରେ ନିଜକୁ ଦେଖେଇ ହବାକୁ କଣ
ଆଲୋକ ପିନ୍ଧିବ ଆହୁରି ଘେରାଏ ଅଧିକ ଆଲୋକ?
ଆଲୋକର ଲୋଡା ନଥାଏ ଆହୁରି ତେଜ
ଖାଲି ଜାହିର କରିବାକୁ ତା' ସ୍ଥିତି ।
ସେ ତ ସବୁଠି ।
ଆଖି ଖୋଲିବାକୁ ହୁଏ,
ମୁଦା ଆଖି ରେ ସବୁ ଅନ୍ଧାର ଦିଶୁଥାଏ
ଏ ତ ସ୍ବଭାବିକ କଥା ।
ତୁମେ ଥିଲ, ଅଛ,ଓ ଥିବ ର ପ୍ରତ୍ଯୟ
ମୋର ମିଛ ନୁହେଁ ।
ମୁଁ କେବେ ବି ଏକୁଟିଆ ନୁହେଁ
ଯେ ଯାଏ ମୋ ସହ
ତୁମେ ଅଛ।
