Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Children Stories Action

3  

Anuja Behera

Abstract Children Stories Action

ମାଟି କଳସ

ମାଟି କଳସ

1 min
135


କାଦୁଅ ମାଟିରେ କୁମ୍ଭାର ଦରଦ

ନାତ ଗୋଇଠା ମୁଁ ଖାଉଥିବି ।


ନିଆଁପରେ ଜଳି ନିଜେ ପଡି ବଳି

ମାଟି କଳସଟେ ହୋଇଯିବି  ।


ମାଟି କଳସଟେ ହୋଇଗଲେ ପ୍ରଭୁ

ତୋ ଭଣ୍ଡାର ଘରେ ରହିଯିବି ।


ତୋ ଅଭଡା ହାଣ୍ତି କୁ ରାନ୍ଧିବା ଲାଗି

ନିତି ନିଆଁପରେ  ବସିଥିବି ।


ଡହ ଡହ  ସେଇ  ଯନ୍ତ୍ରଣା ନିଆଁରେ

ଜଗା ତୋ ଭାବେ ମୁଁ  ହଜିଯିବି ।


ସେଇ କଳସର କୁମ୍ଭଟିଏ  ହୋଇ

ତୋ ପୁଜାରେ ନିତି ମୁଁ ଲାଗୁଥିବି ।


ଭବ ସଂସାରରୁ  ଦୁଃଖ ଦୁର ଲାଗି

ତତେ ହାତ ପାତି  ମାଗୁଥିବି ।


ସର୍ବ ମଙ୍ଗଳ ଚିନ୍ତା କରି ଦିନେ

ତୁମରି ସତାରେ ଲିନ ହେବି  ।


Rate this content
Log in