STORYMIRROR

Chittaranjan Nanda

Romance Tragedy Action

3  

Chittaranjan Nanda

Romance Tragedy Action

ସ୍ମୁତି ରହିଅଛି ମନେ

ସ୍ମୁତି ରହିଅଛି ମନେ

1 min
159


କଥା ରହି ଯାଇଛି ମୋର ମନରେ

 ମନରେ 

ଆଶା ରହି ଯାଇଛି ସ୍ଵପ୍ନ ହୋଇ

 ହୃଦୟ ଭିତରେ।


ଝଡ଼ ପରି ମଶାଣି ପର୍ଯ୍ୟନ୍ତ ରହେ

ବିଷାଦ ଭାବରେ

ସେଥିରୁ ପ୍ରେମ ଏକ ଅନୁଭୁତି ବାସ୍ତବ

 ପୃଥିବୀରେ।


ପ୍ରୀୟା ବିନା ସମୟ ଲାଗଇ ଶୂନ୍ୟ

 ଶୂନ୍ୟ ଖାଲି

ଶୂନ୍ୟ ଚଟାଣେ ଝରା ଫୁଲ ଶୋଇଛି

ଦୁଃଖରେ ଝାଉଁଳି ।


ମିଳନ ଓ ପରେ ବିରହର ଝୁଲ

ପ୍ରେମୀକ ଦେଖି ପାରେ 

ଦୁଃଖ କି ଆସିବ ନିର୍ଦ୍ଦୟ ଠକ

 ମଣିଷର ମନରେ ।


ଭୁଲିଗଲେ ଶ୍ୟାମ, ବୃନ୍ଦାବନ ବ୍ରଜ

 ଜନଗଣଙ୍କୁ

ଗୋପଦାଣ୍ଡେ ରାଧା ଖୋଜି କାନ୍ଦି

ବୁଲିଲା ଶ୍ୟାମର ପାଦଚିହ୍ନକୁ ।


ସେହିପରି ସ୍ମୁତି ରହିଅଛି ମନେ,

 ମନେ ଝୁରୁଛି 

ମନେ ପଡ଼ିଲେ ସେହି ସ୍ମୁତି ଆଜି ମଧ୍ୟ

 ଶିହରଣ ଖେଳି ଯାଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance