ସ୍ମୁତି ରହିଅଛି ମନେ
ସ୍ମୁତି ରହିଅଛି ମନେ
କଥା ରହି ଯାଇଛି ମୋର ମନରେ
ମନରେ
ଆଶା ରହି ଯାଇଛି ସ୍ଵପ୍ନ ହୋଇ
ହୃଦୟ ଭିତରେ।
ଝଡ଼ ପରି ମଶାଣି ପର୍ଯ୍ୟନ୍ତ ରହେ
ବିଷାଦ ଭାବରେ
ସେଥିରୁ ପ୍ରେମ ଏକ ଅନୁଭୁତି ବାସ୍ତବ
ପୃଥିବୀରେ।
ପ୍ରୀୟା ବିନା ସମୟ ଲାଗଇ ଶୂନ୍ୟ
ଶୂନ୍ୟ ଖାଲି
ଶୂନ୍ୟ ଚଟାଣେ ଝରା ଫୁଲ ଶୋଇଛି
ଦୁଃଖରେ ଝାଉଁଳି ।
ମିଳନ ଓ ପରେ ବିରହର ଝୁଲ
ପ୍ରେମୀକ ଦେଖି ପାରେ
ଦୁଃଖ କି ଆସିବ ନିର୍ଦ୍ଦୟ ଠକ
ମଣିଷର ମନରେ ।
ଭୁଲିଗଲେ ଶ୍ୟାମ, ବୃନ୍ଦାବନ ବ୍ରଜ
ଜନଗଣଙ୍କୁ
ଗୋପଦାଣ୍ଡେ ରାଧା ଖୋଜି କାନ୍ଦି
ବୁଲିଲା ଶ୍ୟାମର ପାଦଚିହ୍ନକୁ ।
ସେହିପରି ସ୍ମୁତି ରହିଅଛି ମନେ,
ମନେ ଝୁରୁଛି
ମନେ ପଡ଼ିଲେ ସେହି ସ୍ମୁତି ଆଜି ମଧ୍ୟ
ଶିହରଣ ଖେଳି ଯାଇଛି ।