STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ପର୍ବର ପରଦିନ

ପର୍ବର ପରଦିନ

1 min
216

ବଡ଼ଦିନ ପର୍ବ ହେଉକି

ନୂଆ ବର୍ଷ ପାଳନ ହେଉ

ବାହାଘର ପରଦିନ ହେଉ

ହୋଲି ର ପରଦିନ ହେଉ

ଆନନ୍ଦ ଉଲ୍ଲାସର ଲହରୀ

ଖେଳୁଥାଏ ପ୍ରତିଟି ମନରେ

ସମସ୍ତେ ମସଗୁଲ ଖୁସିରେ

ଭୋଜି ଭାତରେ ସେହି ଦିନ

ଚାରିଆଡ଼େ ପ୍ରକମ୍ପିତ ହୁଏ

କେଉଁଠାରେ ଦୁଇ ମନର ମିଳନ

କେଉଁଠି ଆନନ୍ଦ ସଙ୍ଗୀତର ମନ

ଭୋଜି ଭାତ ସରିଗଲା ପରେ

ଭାରି ପଡେ ମା ଧରିତ୍ରୀ ଉପରେ

ସମସ୍ତଙ୍କ ଆଡ ନଜର 

ପରିବେଶ ସୁରକ୍ଷା କଥା 

ସବୁ କିଛି ଭୁଲି ଯାଆନ୍ତି ଆମେ

ସାରା ପରିବେଶ ଦୁର୍ଗନ୍ଧ ମୟ

ଚାରିଆଡ଼େ ଛିନ୍ନଭିନ ଅଳିଆ ସବୁ

କାହାର ନଜର ଲାଗେନା

ଏସବୁ ଦେଖି ବି ଦୂର ଦୂର

ଆମ ମନ ଓ ମାନସିକତା 

କାହିଁକି ସଜାଗ ହୁଏ ନା 

ପ୍ରକୃତି ଉପରେ ଲଦି ଦେଉଁ ଭାର

ପ୍ରକୃତି ର କୋପ ବଢେ 

ଘଟାଏ ଅନେକ କ୍ଷତି

ତା ପାଇଁ ଚାଲି ଥାଏ ଲଢେଇ

ଅହରହ

ଜାଣି ଶୁଣି ସବୁ ଆମେ ଅଜଣା

କାହିଁକି କେଜାଣି

କେବେ ଆମେ ବଦଳିବା

ଆମ ସ୍ୱାର୍ଥପରତାରୁ

ଆମ ମନ ବିବେକରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract