STORYMIRROR

Lata Behera

Abstract

3  

Lata Behera

Abstract

ଦୁର୍ଜନ ସଙ୍ଗେ କଲେ ବାସ

ଦୁର୍ଜନ ସଙ୍ଗେ କଲେ ବାସ

1 min
9


   

ଦୁର୍ଜନ ସଙ୍ଗେ କଲେ ବାସ

ଘଟିବ ନିଶ୍ଚେ ସର୍ବନାଶ ।


ଦୁର୍ଜନ ନୁହଁଇ ବିଶ୍ୱାସ

ଜୀବନ କରଇ ସେ ନାଶ ।


ଉପରେ ଅମୃତ ସେ ଭରି

ଭିତରେ ବିଷ ଥାଏ ପୂରି ।


ଅହଂକାରେ ସିଏ ବଶ

ସ୍ବାର୍ଥେ ସର୍ବଦା ଥାଏ ଆଶ ।


ନିଜ ସ୍ବାର୍ଥର ପାଇଁ ସିଏ

ମାୟା ଜାଲକୁ ବୁଣି ଥାଏ ।


ଛଳନା କପଟ ତା ଥାଏ

ମିଛ ସମ୍ପର୍କ ବାନ୍ଧେ ସିଏ ।


ଯେମିତି କାଉ ହଂସ ଦୁଇ 

ରହୁଣ ଥିଲେ ସାଙ୍ଗ ହୋଇ ।


ଦିନେ ବାଟୋଇ ଏକ ଆସି

ବୃକ୍ଷ ତଳରେ ଗଲା ବସି ।


ପଥ ଶ୍ରମର କ୍ଳାନ୍ତ ପାଇ

ମୃଦୁ ମଳୟେ ଗଲା ଶୋଇ ।


ଦେଖିଲା ହଂସ ବୃକ୍ଷେ ଥାଇ

ବାଟୋଇ ମୁଖେ ଖରା ଯାଇ ।


ପଡିବା ଦେଖି ବିଚାରିଲା

ଡେଣା ମେଲିଣ ଛାଇ କଲା ।


ଏଇ ସମୟେ କୁଆ ଆସି

ମଳ ଫେରିଲେ ଡାଳେ ବସି ।


ତତକ୍ଷଣାତ୍ ସେ ଉଡିଗଲା

ବାଟୋଇ ନିଦ ଭାଙ୍ଗି ଗଲା ।


ଚାହି ସେ ଦେଲା ଉପରକୁ

ଦେଖିଲା ବୃକ୍ଷେ ସେ ହଂସକୁ ।


ମନେ ବିଚୃର କଲା ସିଏ

ସାମାନ୍ୟ ହେଇ ପକ୍ଷୀଟିଏ ।


ମୁଖରେ ମଳ ତ୍ୟାଗ କଲୁ

ଏବେ ନିଶ୍ଚିତ ତୁହି ମଲୁ ।


ଏତେ କହିଣ ସେ ବାଟୋଇ

ହଂସ ମାରିଲା ତୋଷ ହେଇ ।


ଦୁର୍ଜନ ସଙ୍ଗେ କରି ବାସ

ଜୀବନ ହାରିଲା ସେ ହଂସ ।


ଦୁର୍ଜନ ସଙ୍ଗ ପରି ହର

ଶାନ୍ତିରେ ରୁହ ସଦା ନର ।


ଦୁର୍ଜନ କାହାର ନୁହଁଇ

ସର୍ବଦା ନିଜ ସ୍ବାର୍ଥେ ଥାଇ ।


ବେଳ ହୁଁ ସାବଧାନ ହେଲେ

ଦୁର୍ଜନ ସଙ୍ଗ ତ୍ୟାଗ କଲେ ।


ଉଚିତ୍ ମାର୍ଗ ପାଏ ସେହି

ଯଶ କୀରତି ଅର୍ଜେ ମହୀ ।


ନ ଥାଏ ପ୍ରମାଦ ତାହାର 

ଦୁର୍ଜନ ସଙ୍ଗ ତେଜ ନର ।


ସତ୍ ସଙ୍ଗେ ସଦା କର ବାସ

ନ ହେବ କେବେ ସର୍ବନାଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract