STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହୁଏ ଗର୍ବ ଅନୁଭୂତି

ହୁଏ ଗର୍ବ ଅନୁଭୂତି

1 min
6


ହେ ରାମ ! ବାଲ୍ୟରୂପ ଦର୍ଶନ

      ରାମ ତୋର ଗର୍ଭଗୃହେ ପୂଜନ।


ହୋଇଲା ପୂର୍ଣ୍ଣ ଭକ୍ତ ଅଭିଳାଷା

ସୃଷ୍ଟିକର୍ତ୍ତା ରାମ ଭକ୍ତେ ଭରସା 

ପ୍ରାଣଯେ ପ୍ରତିଷ୍ଠା ଗର୍ଭଗୃହରେ।     

ଖୁସି ସନାତନୀ ଆଜି ଅତିରେ !


ଦିବ୍ୟ ଭବ୍ୟ ଦିଶେ ରାମ ମନ୍ଦିର

ଯୁଗ କି ତ୍ରେତୟା ଅଯୋଧ୍ୟାପୁର 

ଶୁଭେ ଚତୁର୍ଦ୍ଦିଗ ରାମ ଗୁଞ୍ଜନ୍

ଜନତା ଦେଖୁଛୁ ନୂତନ ସ୍ବପ୍ନ !


ଭାଷା ଓଡ଼ିଆ କବି ସମ୍ମିଳନୀ

ହୁଏ ସାକ୍ଷୀଗୋପାଳରେ ଜ୍ଞାନୀ 

ଶୁଭ ଏ ମୁହୂର୍ତ୍ତ  ଭକ୍ତି ଉତ୍ସବ 

ଗୁଞ୍ଜେରାମନାମ ଅମୂଲ୍ୟ ରାବ !


ସାକ୍ଷୀଗୋପାଳ ଟି ସାକ୍ଷୀ ରହିଲା 

କବିବର  ରାମ କୀର୍ତ୍ତି  ଗାଇଲା

ଶୁଭ ମୂହୁର୍ତ୍ତରେ ଏ ଆୟୋଜନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ଟି ଧନ୍ୟ !


କବି ସିଂହଭୂମି ପୁରୀ ଶ୍ରୀକ୍ଷେତ୍ର 

କବିତା ଗାଇବେ ଦେଖିବ ନେତ୍ର 

ରଚନା  ତାଙ୍କ କବିତା  ନିଜର

ଭକ୍ତିରେ ରଚିତ ବର୍ଣ୍ଣିତ ଗାର !


ଓଡ଼ିଆ କବି  ଭାଷା ସମ୍ମିଳନୀ

କଲେ ଆୟୋଜନ କଲେଜ ଜ୍ଞାନୀ

ମର୍ଯ୍ୟାଦା ପୁରୁଷ  ନାମ ଗୁଞ୍ଜିବ

କବିର କବିତା କର୍ଣ୍ଣେ  ବାଜିବ !


ନୂଆ ଅନୁଭୂତି ନୂଆ ପ୍ରେରଣା

ସଫଳ ସଂଘର୍ଷ ଦିବ୍ୟ ଘଟଣା

ନୂଆ କଳେବର ଭକ୍ତି ଉମଙ୍ଗ

ଗୁଞ୍ଜେ ବିଶ୍ବସାରା ରାମ ତରଙ୍ଗ !


ସତ୍ୟର ବିଜୟ ଯୁଗ ଯୁଗରେ

ଧର୍ମସନାତନ କୀର୍ତ୍ତି ମର୍ତ୍ତ୍ୟରେ

ରାମ ସନାତନ ସେହୁ ଆରାଧ୍ୟ

ଭକ୍ତିରେ ହୋଇବ ସବୁଠି ସାଧ୍ୟ !


କବି ମୁଖ ଗୁଞ୍ଜନ ରାମ ଭଜନ 

ହୋଇଲା ସାକ୍ଷୀଗୋପାଳଯେ ଧନ୍ୟ 

ରାମ ବାଲ୍ୟରୂପ ତହୁଁ ଦର୍ଶନ

ହେଲା ରାମରାଜ୍ୟ କି ଆଗମନ !


ଗାଆଁ ରୁ ସହର ରାମରେ ଲୀନ

ଶୁଭେ ମନ୍ଦିରରେ ଭକ୍ତି ଗୁଞ୍ଜନ

ରାଷ୍ଟ୍ର ଘରଘର ଦୀପାଳି ଜ୍ୟୋତି 

ଯୁଗ ତ୍ରେତୟାର ସ୍ମୃତିର କୀର୍ତ୍ତି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract