ଆସିବ ଆସିବ ଜଗା
ଆସିବ ଆସିବ ଜଗା

1 min

39
ଆସିବ ଆସିବ ଜଗା ଦିନେ ତ ଆସିବ
ମୁଁ ଯେ ବସି ଦେଖୁଥିବି
ତୁମେ ବସି ଦେଖୁଥିବ
ଘର ମୋର ମହ ମହ ବାସିବ।
ଆସିବ ଆସିବ ଜଗା ଦିନେ ତ ଆସିବ।
ମୁଁ ସିନା ପାଖକୁ ତା'ର ପାରୁନାହିଁ ଯାଇ,
ମତେ ଛାଡି ସିଏ କେବେ ପାରିବନି ରହି।
ଭଙ୍ଗା କୁଡ଼ିଆରେ ତା'ର ପାଦ ସେ ରଖିବ,
ତୁଳସୀ ଚନ୍ଦନ ବାସ ମହକି ଉଠିବ।
ଆସିବ ଆସିବ ଜଗା ଦିନେ ତ ଆସିବ।
ମୋ ଭାବ ସେ ବୁଝିବ
ମୋ ମାନ ସେ ରଖିବ
ସ୍ବପ୍ନ ସବୁ ଦିନେ ସତ ହୋଇବ।
ଆସିବ ଆସିବ ଜଗା ଦିନେ ତ ଆସିବ।