STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ଚୋରି

ଚୋରି

1 min
4


ସାମାଜିକ ବ୍ୟବସ୍ଥାର ସୁରକ୍ଷାରେ

ସଂପର୍କକୁ ଭାବ ଓ ଅର୍ଥରେ ପୁରା ଗଢିବାରେ

 କବି ରଚିଲେ ମାଟିର ମହାକାବ୍ୟ ।


ସୁରଭିତ କବିତାର ଗୀତିମୟତାରେ

ସୁବାସିତ ଭାବୋଦ୍ଦୀପକ 

ଆଲେଖ୍ୟର ମଧୁର ଜିଜ୍ଞାସା।

ପ୍ରଜାତିର ଶତାଧିକ କବିତା

ତଥା କବିତା ପ୍ରତି ପ୍ରଜାତିର

ଗଣଦୁଷ୍କର୍ମରେ ଉଙ୍କିମାରେ

ଦାନ ମାଝିର ଅସହାୟତା

ବ୍ୟବସ୍ଥାର, ପ୍ରଶାସନର ଫଗୁପଣ

ଅନିୟମିତତାର କୀଟଦ୍ରଷ୍ଟ ସମାଜ।


ସେଥିରେ ସ୍ଵପ୍ନ ଦେଖିବାକୁ

କ୍ଷୁଧା ବିମୁକ୍ତ ବିଶ୍ଵର

ଦୈନ୍ୟ ରହିତ ପୃଥିବୀର

ଅସଂଗତି ବିହୀନ ସମାଜର

ବୈଷମ୍ୟ ବିହୀନ ବ୍ୟବସ୍ଥାର

ବୈଷମ୍ୟର ହିମାଳୟ ତଳେ

ଅସହାୟତାର ଉପତ୍ୟକା

ସେ ଲାଲ ଗହୀରର ଇତି କଥାରେ ହାଇମାରେ

ରଘୁର ସ୍ଵପ୍ନ - ଦିବାକରର ସାମ୍ରାଜ୍ୟ ।


ଏକ ବିଦାୟୀ ବସଂତର ପତ୍ରଝଡ଼ା ଋତୁରେ

ପ୍ରେମର ଉଦ୍‌ଭାସ, ଚିଭାସ ଓ ପ୍ରଭାସ

ତିନୋଟି ପ୍ରତୀକରେ ରଚିତ

ଏକ ବ୍ୟତିକ୍ରମଭରା ଶ୍ରାବଣୀ କବିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract