STORYMIRROR

Lata Behera

Abstract

3  

Lata Behera

Abstract

କାର୍ତ୍ତିକ ପ୍ରଥମ ସୋମବାର

କାର୍ତ୍ତିକ ପ୍ରଥମ ସୋମବାର

1 min
2


କାର୍ତ୍ତିକ ପ୍ରଥମ ସୋମବାର ବ୍ରତ

ଅନେକ ଭକ୍ତ କରନ୍ତି 

ନିଷ୍ଠା ଭକତିରେ ଶ୍ରଦ୍ଧା ଆଗ୍ରହରେ

ଶିବ ଶଙ୍କର ପୂଜନ୍ତି  ।


ଧର୍ମମାସ ଏଇ ପୂଣ୍ୟ କାର୍ତ୍ତିକଟି

ଆମିଷ କରି ବର୍ଜନ

ଭକ୍ତି ସହକାରେ ଶିବଶମ୍ଭୁ ଜପି

ଭକ୍ତ କରନ୍ତି ଦର୍ଶନ ।


ଅରୁଆ ବ୍ୟଞ୍ଜନ କରନ୍ତି ଭୋଜନ

ଦୁଇବେଳା ସେ ଖାଆନ୍ତି 

ସନ୍ଧ୍ୟା ସମୟରେ ସଞ୍ଜବତୀ ଦେଇ

ଉଦ୍ ଯାପନ ସେ କରନ୍ତି ।


କଞ୍ଚା କ୍ଷୀର ସାଥେ ବେଲପତ୍ର ଚମ୍ପା

ଗୟସ ଦୁଦୁରା ନେଇ

ଶିବ ଲିଙ୍ଗେ ଦେହେ ଜଳ ଢାଳି ସିଏ

ସେବନ୍ତି ପାର୍ବତୀ ସାଇଁ ।


ମୁଣ୍ଡରେ ଗାଧୋଇ ଶିବ ଶଙ୍କରଙ୍କୁ

ହୃଦୟେ ଜପ କରନ୍ତି 

ଧଳା ବସ୍ତ୍ର ପିନ୍ଧି ମନ୍ଦିରକୁ ଯାଇ 

ବୃଷଭକୁ ସେ ପୂଜନ୍ତି  ।


ମାହା କର୍ତ୍ତିକର ଧର୍ମ ପୁଣ୍ୟ ମାସ

 ସୋମବାର ବ୍ରତ କରି

ଆଦ୍ୟ ସୋମବାର ବ୍ରତଟି ଯେ କରେ

ସନ୍ତୋଷ ତ୍ରିଶୂଳଧାରୀ ।


ମାସଟି ଯାକର ସବୁ ସୋମବାର 

କରି ଭକ୍ତି ବିଶ୍ବାସରେ

ମାସର ଯାକର ସବୁ ଧର୍ମ ଫଳ

ଭକ୍ତଟି ଅର୍ଜନ କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract