STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ମନର ଭୋକ

ମନର ଭୋକ

1 min
192


ଆମେ ସତରେ କଣ ଗୋଟିଏ 

ଗୋଟିଏ କଳାକାର

ନାହିଁ ମତ ଆମର, କରୁ ଅଭିନୟ, 

ଦୁନିଆର ମଞ୍ଚ ଉପର ?


ସର୍ବେ ସତେକି ବ୍ୟସ୍ତ ନିଜ ନିଜ 

ବ୍ୟବସାୟରେ

କଟାଉଛେ କାଳ ସଂସାରର 

ମୋହ ମାୟାରେ?


ସତ୍ୟ, ସୁଖ ଦୁଃଖ ଯନ୍ତ୍ରଣା ସବୁ 

ଜୀବନରେ ଦେଖା ଦିଏ

ମଣିଷ ସୁଖ ଓ ଆନନ୍ଦରେ ବଂଚିବାର

ରାହା ଖୋଜୁଥାଏ,


ମନଟା ପ୍ରଜାପତି ପରି ରହେନା 

ଜମାରୁ ସ୍ଥିର,

ମନ ଉଡ଼ି ବୁଲେ, କେତେ ଖୋଜୁ 

ଥାଏ ହୋଇ ଅଥୟ ଅସ୍ଥିର  


କେତେ ଢଙ୍ଗରେ କେତେ ରଙ୍ଗରେ

 ମନ ତ ଉଡ଼ି ବୁଲେ

ସ୍ୱାର୍ଥନ୍ୟେଷରେ ସ୍ନେହ, ପ୍ରେମ, ଦୟା 

ମମତାକୁ ଭୁଲେ


ହୃଦୟ ଯାହାର ପ୍ରୀତିପୂର୍ଣ୍ଣ, ଦୟା, ସ୍ନେହ, 

ପ୍ରେମରେ ଭରା

ଆନନ୍ଦରେ କଟାଏ ଦିନ ପ୍ରାଣେ ପ୍ରାଣେ 

ଵହେ ଅମୃତର ଧାରା


ଭୋକିଲା ଏଠି ପାଏନି ଦାନା ସାତ 

ସିଆଁ ତାର ବାସ

ଭଙ୍ଗା କୁଡ଼ିଆରେ ରହି ମଧ୍ୟ କେବେ

ଶୁଖେନି ତା ଓଠରୁ ହସ


ପେଟର ଭୋକଠାରୁ ମନର ଭୋକ 

ବିପଥ ଗାମୀ କରେ

ପରକୁ ଠକି ଗରବେ ମାତି ସେ ମାନ 

ମହତ ସାରେ।


ଭଜ ଗୋବିନ୍ଦ, ଡ଼ାକ ଜୟ ଶ୍ରୀ ରାମ, ମନ 

ମଇଳା ରହେ ଯାହା କାଲି ଥିଲା

ଧାର୍ମିକ ବୋଲି କହିଲେ ମଧ୍ୟ,ଭାବିବା 

ବୋକାମୀ ଯେ ସେ ବଦଳି ଗଲା


ନୂଆ ନୂଆ ସବୁ ସଂସାରେ ଆସିବ

ପୁରୁଣା ତ ହଜିଯାଏ

ଦେଖି ନପାରିଲେ ମଧ୍ୟ କିଛି 

ସ୍ମୃତିରେ ରହିଯାଏ


ଲାଞ୍ଛିତ, ଭର୍ତ୍ସିତ କଷ୍ଟ ଜର୍ଜରିତ ହୋଇ 

ବଞ୍ଚିଛନ୍ତି ଯେତେ ମଣିଷ, 

ଭରିଲେ ଦୃଢ଼ତା, ଆତ୍ମବିଶ୍ୱାସ ମିଳେ 

ମୁଖେ ଖିଲି ଖିଲି ହସ 


ଫିଟି ପାରୁନା ପୁଂଜି ନିଶା ଦାଢ଼ରୁ 

କାଳର ବେଳାରେ ଆମେତ

ହୃଦୟ ଭିତରଟା ପରା ଲହୁ ଲୁହାଣ 

ହରାଇଛୁ ମଣିଷତ୍ୱ


ଖୋଜିବୁ ତୁ କେଉଁଠାରେ ସଚ୍ଚୋଟତା

ଓ ଶୁଦ୍ଧତା 

ସମ୍ପର୍କରେ ଚାଲିଛି ଶୀତଳ ଯୁଦ୍ଧ ପୁରି 

ରହିଛି ମତାନ୍ଧତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract