STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ବସନ୍ତର କଥା

ବସନ୍ତର କଥା

1 min
207

'ପ୍ରତିଟି ଭାବନା ଏକ ଉପାଦାନ '

ଏତିକି କିଛି ଶୁଣୁ ଶୁଣୁ ବୁଣୁଥିଲି କ୍ରସ୍ ଷ୍ଟିଚ୍ ରେ 

ଭାବନା ସବୁ ନେଇ 

ଗପ ରୁମାଲ୍ ଟେ ।


ଉପାଦାନ ଥିଲେ ବୋଧେ

ସୂକ୍ଷ୍ମ ସରୁ ମନଫୁଲରୁ ମେଞେ ।

ରଙ୍ଗ ତ ମୋ ମନ ଲାଖି ଦେଇପାରିବି ମୁଁ ଏଠି

ମୋରି ଭାବନା ଯେ 

ଆପଣାର ଭାରି !


ମୁଁ ଭାବୁଥିଲି 

ଆଦ୍ଯ ବସନ୍ତର ରଙ୍ଗ 

ସୂର୍ଯ୍ୟ କିରଣ ପରି,ନା ଦୁର୍ବାଦଳ ପରି ନା

ସମୁଦ୍ର, କଇଁ ନା କଇଁଆ ରଙ୍ଗ,

ନା ଏମିତି କିଛି ଦେବି 

ଅନୋଖା ନାମହୀନ ରଙ୍ଗ 

ଯାହା ଛୁଉଁଥିବ ହୃଦୟକୁ 

ସିଧା ।


ପ୍ରେମର ଫଲ୍ଗୁ ବସନ୍ତ ଦେହରୁ

ବିଛୁଡି ପଡି ଖେଳେଇ ହେଇଗଲେ 

ମୋ ଓଢଣୀ ସାରା ।

ମୁଁ କାନେଇଲି କାଳେ ଶୁଭିଯିବ 

ମୋହନ ବଂଶୀରେ

ତୁମ ଅଧରକୁ ଛୁଇଁ ଥିବାର 

ସ୍ବର .....

କାଳେ ସମୀର ବୋଳିଦବ 

ତୁମ ବନମାଳର ବାସ୍ନା 

ମୋ ଅଙ୍ଗେ ଅଙ୍ଗେ 

ଗାଉ ଗାଉ 

ମଧୁର ଅଷ୍ଟକମ୍, 

କାଳେ ମୋ ମନପକ୍ଷୀ 

ତୋଳି ଆଣି ଖୋସିଦବ 

ଗଭାରେ ମୋର

ତମାଳ କି ମାଳତୀଟିଏ 

ତା' ଚଞ୍ଚୁରେ ।


ହେଲେ ଚନ୍ଦନ ଚନ୍ଦନ ମହକ 

ସହ ହେନା ଫୁଲଟେ ଖାଲି ଏତିକି 

କହିଲା, " ତୁମେ କେବଳ ଅନୁଭବ "

ତୁମ ପାଇଁ ନା ଶବ୍ଦ, ନା ଅକ୍ଷର 

ନା ଲୋଡା " ଉପାଦାନ "।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action