STORYMIRROR

Ajit Kumar Raut

Action

3  

Ajit Kumar Raut

Action

ପ୍ରଧାନମନ୍ତ୍ରୀ ଙ୍କ ଶୁଭକାମନା

ପ୍ରଧାନମନ୍ତ୍ରୀ ଙ୍କ ଶୁଭକାମନା

1 min
212


ପ୍ରଧାନ ସେବକ ବିଶ୍ବ ନେତା ସେହୁ

ପ୍ରଧାନମନ୍ତ୍ରୀ ସେ ଦେଶେ,

ମୋର ଜନ୍ମଦିନେ ଶୁଭକାମନାଟି

ଅପୂର୍ବ ଗୌରବ ଦିଶେ।


ଗାଆଁ ଗହଳିର ଲୋକ ହେଲେ ମଧ୍ୟ

ଧ୍ୟାନ ତାଙ୍କ ରହି ଥାଏ,

ପ୍ରତ୍ୟେକ ବର୍ଷରେ ଜନ୍ମଦିନେ ମୋର

ଶୁଭକାମନାଟି ହୁଏ।


ଦିନରାତି ଯେହୁ ଜନଙ୍କ ସେବାରେ

ସମର୍ପିତ ହୋଇଛନ୍ତି,

ରାଷ୍ଟ୍ର ସେବା ପ୍ରତି ସମର୍ପଣ ଭାବ

ଜନଜନ ସେବୁଛନ୍ତି।


କର୍ମପଥ ତାଙ୍କ ଜୀବନର ମନ୍ତ୍ର

ସତ୍ୟପଥଗାମୀ ସେହୁ,

ଧର୍ମପରାୟଣ ଜୀବନ ପଥରେ

ସେବା ପଥଗାମୀ ସେହୁ।


ଜୀବନ ଯାତ୍ରାରେ ନିର୍ଭୀକ ହୋଇଣ

ଜନ ସେବୁଛନ୍ତି ନିତ୍ୟେ,

ଛୁଟି ନାହିଁ କେଭେଁ କର୍ମର ପଥରେ

କର୍ତ୍ତବ୍ୟ କରନ୍ତି ନିତ୍ୟେ।


ଶୁଭକାମନାଟି ଜୀବନେ ଅମୂଲ୍ୟ

ଭୁଲିନ ପାରିବା କେବେ

ତାଙ୍କପଥେ ମୁହିଁ ପଥଗାମୀ ଥିବି

ନଭୂଲିବି ମୁହିଁ କେବେ।


ପ୍ରଧାନ ସେବକ ବିଶ୍ବନେତା ସେହୁ

ପ୍ରଧାନମନ୍ତ୍ରୀ ସେ ଦେଶେ,

ମୋର ଜନ୍ମଦିନେ ଶୁଭକାମନାଟି

ଅପୂର୍ବ ଗୌରବ ଦିଶେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action