STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ଆମେ ବନ୍ଧୁ

ଆମେ ବନ୍ଧୁ

1 min
236

ଆମେ ବନ୍ଧୁ ସଖା ଭାଇ ଓ ଭଉଣୀ

ଯିଏ ଯେତେ ଦୂରେ ଥାଅ,

ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

ଭେଦଭାବ ଦୂରେଇ ଦିଅ।


ଗୋଟିଏ ମାଆର କୋଳରେ ଜନମ

ତା ପାଣି ପବନ ନେଇ,

ବଢୁଛୁ ବୁଲୁଛୁ ତା କୋଳେ ଖେଳୁଛୁ

ମାଆ ମାଆ ଡାକି ଦେଇ।


ମହାନ ସଂସ୍କୃତି ମହାନ ପରମ୍ପରା

ଆମ ଏ ଭାରତ ଭୂଇଁ,

ନାହିଁ ଉଚ୍ଚନୀଚ ଧନୀ କି ଗରୀବ

ଆମେ ରେ ଭଉଣୀ ଭାଇ।


ଦୁଃଖ ସୁଖ ରୋଗ ଶୋକରେ ସଭିଏଁ

ସଭିଙ୍କୁ ଭରସା ଦେଇ,

ମିଳିମିଶି ଏ ଦେଶ ଜାତିର ଗୌରବ

ବଢାଇବା ଆମେ ରହି।


ଭୁଲିଯିବା ରାଗ ହିଂସା ଦ୍ଵେଷ ଭାବ

ନରଖି କପଟ ମନେ,

ସତ୍ୟ ଧର୍ମ ପଥେ ଆଗୁସରି ହେବା

ଦୟା ଧର୍ମ ଆଭୂଷଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action