STORYMIRROR

Samar Ballav Bhoi

Tragedy Action Inspirational

3  

Samar Ballav Bhoi

Tragedy Action Inspirational

ଗ୍ରୀଷ୍ମର ଖରା ନାଚ

ଗ୍ରୀଷ୍ମର ଖରା ନାଚ

1 min
255


ଗ୍ରୀଷ୍ମର ବୈଶାଖ ମାସ

ଭାରି ଆନମନା,ଅଝଟିଆ ମନୁଆ 

କେବେ ପ୍ରକମ୍ପିତ କେବେ ଶାନ୍ତ ସ୍ଵରୁପ

ବୈଶାଖର ଆକାଶେ ବର୍ଷା ବାଦଲର  

ଭିନ୍ନ ଭିନ୍ନ ଚିତ୍ରାଙ୍କନ ସବୁ ଆଙ୍କିଯାଏ 

ସାରା ଆକାଶେ ଖରା ର ତାଣ୍ଡବ

ସତରେ ଆକାଶଟା ଲାଗେ କେବେ ନିର୍ମଳ

କେବେ ଲାଗେ କଳାବାଦଲ ପିନ୍ଧା ଚାଦର 

ଢାଙ୍କୁଣି ଦେଇଥାଏ ସାରା ଆକାଶ

ବୈଶାଖ ଖରାର ନାଲି ଆଖିର ଚାହାଣୀରେ

ନଈ ନାଳ, ତୁଠ ଘାଟ, ରାସ୍ତା ଛକ,

ବିଲ ଆମ୍ବ ତୋଟା, ସବୁଠି ଯେମିତି

ନିଷ୍ଠୁରତା ର ଅଘୋଷିତ କର୍ଫ୍ୟୁ

ହୋଇଥାଏ ବିଛୁରିତ।। 


ଖିଆଲି ମଣିଷ ଟା ଭୁଲିଗଲା ସବୁ କିଛି

ନିଜ ପାଇଁ ଗଢିଲା ଶୀତଳ ଘର  

ଘଞ୍ଚ ଜଙ୍ଗଲ କାଟି ମେଣ୍ଟାଇଲା ନିଜର

ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି

କାହିଁ ସେ ବାସି ହାଣ୍ଡି ପେଜ ତୋରାଣି

ଉତ୍ତପ୍ତ ପାରଦର ସଂକେତରେ ଲଗାଇବ ପଘା,

ଏବେ ତ କଅଁଳା ବାଛୁରୀ ପରି 

ଡେଇଁ ଡେଇଁ ଖେଳୁଛି ଗ୍ରୀଷ୍ମର ଖରାବେଳ

ବାନ୍ଧିବାକୁ ଖୁଣ୍ଟ ନାହିଁ, ବନ୍ଧାଳି ବି ନାହିଁ ଏଠି

ସବୁଆଡେ ଶୂନଶାନ ,ତାଟି କବାଟ,

ଚଢେଇ ଚିରୁଗୁଣୀ ସବୁ ଏଠାରେ ଚୁପଚାପ୍, 

ନିସ୍ତବ୍ଧ ନିରାଶ୍ରୟ, 

କାହିଁ କେଉଁଠି ମାୟା ମରୀଚିକାର 

ମାୟା ଖେଳ....

ଝାଳରେ ଜୁଡୁବୁଡୁ ଦେହ ମୁଁହ ହାତ ଗୋଡ,

ସବୁଆଡେ ଶବ୍ଦହୀନ, 

ହାହାକାର ଖରାବେଳ

ଲାଗେ ଯେପରି ଧରିତ୍ରୀ ବକ୍ଷରେ 

ଲାଗିଛି ଗ୍ରୀଷ୍ମ ଖରା ଅପେରା ଜଗତର

କେଉଁ ଏକ ନିଆଁ ନାଚ

ଯାହାକି ମଣିଷ ଟି ଦେଖି ଦେଖି 

କାଟିଦିଏ ଗ୍ରୀଷ୍ମର କଷ୍ଟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy