ଚାଷୀ ର ଖୁସି
ଚାଷୀ ର ଖୁସି
କୃଷି ଅଟେ ଆମ ପ୍ରଧାନ ଜୀବିକା
କୃଷି ପ୍ରମୁଖ ସମ୍ବଳ
କୃଷିକୁ ପ୍ରାଧାନ୍ୟ ମିଳିବା ଉଚିତ
ଶିଳ୍ପ ସହ ସମତୁଲ ।
ଜଳ ସଂରକ୍ଷଣ ସେଚନ ସୁବିଧା
ଅଧିକ ବିକାଶ ହେଲେ
ରହିବନି ଜମି ବର୍ଷରେ ପଡିଆ
ମିଶ୍ରଚାଷ କରାଗଲେ ।
କୃଷି ଜମି ଆଉ ପ୍ରକୃତ ଚାଷୀଙ୍କ
ସଠିକ୍ ପରିସଂଖ୍ୟାନ
ନୀତି ପ୍ରଣୟନେ ସୁପାରଦର୍ଶୀତା
ଉତ୍ତମ କାର୍ଯ୍ୟାନ୍ୱୟନ ।
କୃଷି ଉତ୍ପାଦନ ପ୍ରକ୍ରିୟା କରଣ
କୃଷି ଦ୍ରବ୍ୟ ବିପଣନ
ବ୍ୟାପକ ସ୍ତରରେ ହୋଇବା ଉଚିତ
କୃଷିର ମାର୍ଗ ଦର୍ଶନ ।
କୃଷି କୈ।ଶଳରେ ନୂତନ ପ୍ରଯୁକ୍ତି
କୃଷକଙ୍କ ଭାଗିଦାରୀ
ଆତ୍ମନିର୍ଭରତା ନେତୃତ୍ୱ ସୃଜନେ
ସୁଯୋଗ କରିବ ବୃଦ୍ଧି ।
କୃଷିର ଉନ୍ନତି ହୋଇଲେ ନିଶ୍ଚୟ
କୃଷକ ଲାଭ ପାଇବ
ଖୁସି ହେଲେ ଚାଷୀ ଆମରି ଭାରତେ
ସୁବର୍ଣ୍ଣ ଯୁଗ ଆସିବ ।
