ଅକ୍ଷୟପୁଣ୍ୟ
ଅକ୍ଷୟପୁଣ୍ୟ
ପୁରାଣ କାଳରେ ଥିଲେ ଏକ ସୁଞାନୀ ମହର୍ଷି
ନାମ ତାହାଙ୍କ ର ରହିଥିଲା ମୁଦୁଗଲ ଋଷି ।
ବନବାସୀ ଙ୍କ ସେବାରେ ଥିଲେ ସଦାବେଳେ ରତ
ଦୁର୍ବାସାଋଷି ଭିନ୍ନ ବେଶେ ଆସିହେଲେ ଉପଗତ ।
ଆଶ୍ରମ ଦେଖିଣ ଋଷି ମନେ ହେଲେ ପରଶନ୍ନ
କହିଲେ ହେ ମହର୍ଷି ତୁମେ ଦିଅ ମୋତେ ଅନ୍ନ ।
କ୍ଷୁଧାରେ ନିଶ୍ଚେ ଆମର ଜୀବନ ଯିବ ଚାଲି
ଏଣୁକରି ଖାଇବାର ଚରଚା କର ତୁମେ ଭାଲି ।
ଏହାଶୁଣି ମୁଦୁଗଲ ଆଶ୍ରମ ଭିତରକୁ ଗଲେ
ମିଠାଫଳ କନ୍ଦମୂଳ ବେଗେ ଖାଇବାକୁ ଦେଲେ ।
ମନଖୁସୀରେ ଖାଇଲେ ଋଷି ପେଟ ପୁରାଇ
ଭୋଜନ ସାରି ଚାଲିଲେ ଋଷି ଆଶିର୍ବାଦ ଦେଇ ।
ସେବାରେ ନିଜର ଜୀବନ କୁ କରିଥିଲେ ବ୍ରତ
ଇନ୍ଦ୍ରରାଜା ପ୍ରୀତ ହୋଇ ପଠାଇଲେ ଦେବଦୂତ ।
ନମି କହିଲେ ମହର୍ଷି ତୁମେ ଆମ ସାଥେ ଚାଲ
ମଘବା ପେଶିଲେ ଆମକୁ ଦେବାପାଇଁ ସୁ ମୂଲ୍ୟ ।
ମୁଦୁଗଲ ତପି ପଚାରନ୍ତି ଶୁଣ ଦେବଦୂତ
ସ୍ୱର୍ଗ ଓ ମର୍ତ୍ତ୍ୟର ଫରକ ବୁଝାଇଣ କହ ।
ଏହିପରି ମୋର ମନରୁ ସଂଶୟ ଦୂର କର
ତେବେ ଯାଇ ଠିକ୍ ନିଷ୍ପତ୍ତି ମୁଁ କରବି ମନର ।
କହିଲେ ଦେବଦୂତମାନେ ଯେ ସୁବିଧା ସକଳ
କାମନା ପୂରଣକାରୀ ପ୍ରିୟ ବସ୍ତୁ ଫୁଲ ଫଳ ।
ଏଠାରେ ରହିଲେ କିଛି କରିବାକୁ ପଡେନା
ମହାଖୁସୀ ମହାଆନନ୍ଦେ ଥିବ ନିଶ୍ଚେ ମହାମନା ।
ତୁମ ପୁଣ୍ୟର ଫଳ ଥବା ଯାଏ ଥିବ ରହି
ସରିଗଲେ ପୁଣି ଥରେ ନିଶ୍ଚେ ବିରାଜିବ ମହି ।
କହିଲେ ମହାଋଷି ଦେବଦୂତ ଙ୍କୁ ସାଦରରେ
ମର୍ତ୍ତ୍ୟରେ ରହିବା ଭଲ ଲୋକଙ୍କ ସେବାରେ ।
ହେ,ମହାତ୍ମା ଗଣ ତୁମେ ଫେରିଯାଅ ସଦନେ
ମର୍ତ୍ତ୍ୟେ ରହିବାକୁ ଦିଅ ମୋତେ ସେବାର କାରଣେ ।
ପ୍ରସ୍ଥାନ ସମୟ୍ଯେ ବିଜୁଳି, ଚମକିଲା ଆକାଶେ
ଋଷିଙ୍କର ବେନିଆଖି ବୁଜି ହୋଇଗଲା ନିମିଷେ ।
ଆଖିଖୋଲି ଦେଖନ୍ତି ତ ବିଜେ ସ୍ୱୟଂ ନାରାୟଣ
କୃତ୍ୟ କୃତ୍ୟ ହୋଇ ଋଷି ପାଦେ ଲୋଟିଲେ ତକ୍ଷଣ ।
ଶୁଣ ଆହେ ପ୍ରିୟ ଶୁଦ୍ଧିଜନ ହେତୁକରି ମନ
ସରଗ ରାଇଜ ଭୂଇଁ ପୁଣ୍ୟ ମର୍ତ୍ତେ ଅଛି ଜାଣ ।