Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action

4  

Bharatabandhu Biswal

Tragedy Action

ପ୍ରତିଶୋଧ

ପ୍ରତିଶୋଧ

1 min
342



ଆମ ଚର୍ତୁପାର୍ଶ୍ୱ ବନ ସବୁଜିମା

ପ୍ରାକୃତିକ ପରିବେଶ

ଠିଆ ହୋଇଅଛି ଧ୍ୱଂସ ମୁଖେ ଆଜି

ବଢେ ପ୍ରଦୂଷଣ ତ୍ରାସ ।

ଆମ ଅବିଚାର ଅବିମୃଶ୍ୟ କର୍ମ

ବିଷମୟ ପରିଣାମ

ଭୋଗିବାକୁ ହେବ ନିକଟ ଭବିଷ୍ୟେ

ସଙ୍କଟରେ ବର୍ତ୍ତମାନ ।

ବଢ଼ି ବଢ଼ି ଚାଲେ ଉପଭୋଗ ସୀମା

ସମ୍ବଳ ଉପରେ ଚାପ

କୂପିତ ପ୍ରକୃତି ଜଳ ସ୍ଥଳ ବାୟୂ

ଦେଖାଉଛନ୍ତି ପ୍ରକୋପ ।

ସବୁଜ କୋଠରୀ ପ୍ରଦୂଷିତ ବାଷ୍ପ

ଉତ୍ତାପ କରୁଛି ବୃଦ୍ଧି

ଓଜନ ମଣ୍ଡଳେ ବଢୁଅଛି ଛିଦ୍ର

କ୍ଷତିକର ସୂର୍ଯ୍ୟ ରଶ୍ମି ।

ତରଳେ ବରଫ ଉଚ୍ଚ ହିମାଳୟେ

ମେରୁ ସ୍ଥଳେ ହିମବାହ

ବୁଡିବ ଅଚିରେ ବହୁ ଉପକୂଳ

ଜନାକିର୍ଣ୍ଣ ସ୍ଥାନମାନ ।

ପ୍ରବଳ ଉତ୍ତାପେ ହେବ ମରୁଭୂମି

ଶୁଖିଯିବ ନଦୀ ହ୍ରଦ

ଖସିଯିବ ନିମ୍ନେ ଭୂଜଳ ସ୍ତର

ମିଳିବନି ମୁନ୍ଦେ ଜଳ ।

ଅଭାବ ହୋଇବ ଶୁଦ୍ଧ ଅମ୍ଳଜାନ

ମରିଯିବ ଗଛଲତା

ଦୁରୂହ ହୋଇବ ମଣିଷ ଜୀବନ

ଘାରୁଅଛି ବଡ଼ ଚିନ୍ତା ।

ପ୍ରଶମିତ ହେଉ ପ୍ରକୃତିର କୋପ

ମଣିଷ ରହୁ ସଜଗ

ଅନୁକୁଳେ ଚଳୁ ପ୍ରକୃତି ସହିତ

ଏଡିବାକୁ ପ୍ରତିଶୋଧ ।

    -------



Rate this content
Log in

Similar oriya poem from Tragedy