STORYMIRROR

Samar Ballav Bhoi

Abstract Romance Action

4  

Samar Ballav Bhoi

Abstract Romance Action

ତୁମ ନୂଆ ଚେହେରା

ତୁମ ନୂଆ ଚେହେରା

1 min
226


ସକାଳରୁ ସନ୍ଧ୍ୟା ଦେଖିବାକୁ ମିଳେ

ତୁମ ନୁଆ ରୂପ ନୂଆ ଚେହେରା

ମନ ହୃଦୟେ ଭରିଯାଏ ରଙ୍ଗ 

ଲାଗେ ସତେ ତୁମେ ଏକା ନିଆରା।


ଜନ ମାନସରେ ତୁମର ଚେହେରା

ଫୁଟି ଉଠେ ଫୁଲର ମହକ ପରା

କେବେ କେବେ ମୁହିଁ ଭାବୁଛି ତୁମକୁ

ସତେକି ତୁମେ ଯେ କେଉଁ ଅପସରା ।


ତୁମ ନୀରବତା ତୁମ ଅପରୂପ

ଗଢା ଶରୀରଟା ଲାଗେ ସତେ

ସରଗ ର ଚାନ୍ଦ ପରି ଶୁଭ୍ର ପ୍ରକାଶ

ନୂଆ ନୂଆ ଲାଗେ ଭାବନା ମୋତେ।


ଲୁଚିକରି ଅଛି ସଞ୍ଜ ସକାଳ

ତୁମ ସେହି ନୂଆ ଚେହେରାରେ

ଭାବୁଛି ମୁଁ ଆଜି ତମ ନୂଆ ଚେହେରା

ବାନ୍ଧିବ କି ମୋତେ ପ୍ରେମ ଧାରେ।


ବେଳେ ବେଳେ ତୁମ ନୂଆ ଚେହେରା ଟା

ଲାଗେ ଭାରି ମିଠା ମିଠା

କେମିତି କେଜାଣି ଏ ଦୁନିଆ ଚିହ୍ନିବି

ମୋ ମନରେ ଲାଗିଲେ ବିଶ୍ବାସ ଅଠା।


ବିଶ୍ୱାସ ପଣରେ ଭାବିଲି ତୁମକୁ

ପ୍ରଥମ ଦେଖାର ସେ ଆଖିର ଚାହାଣୀ

ଲାଗୁଥିଲା ଭାରି ନିଜର ନିଜର

ହୃଦୟ ତ ମୋର ନେଇ ଥିଲ ଜିଣି।


ଆଜି ତୁମ ନୂଆ ଚେହେରା ଟା

କିଛି ରଖି କିଛି କହୁଛି ପରା

ମନରେ ବିଶ୍ବାସ ହୃଦୟେ ଭରିଛି

ଭରସା କରିଛି ତୁମ ନୂଆ ଚେହେରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract