Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Action Inspirational

4  

kamal kumar dash

Action Inspirational

ଜୀବନ ବାଟରେ

ଜୀବନ ବାଟରେ

1 min
273


 ଜୀବନ ବାଟରେ    ସମୟ ସାଥିରେ 

     ଧୀରେ ଧୀରେ ଚାଲୁ ଚାଲୁ 

  ବରଷ ବୟସ   କେବେ ସରିଯାଏ 

       ଆମ ଆଖି ଖୋଲୁ ଖୋଲୁ ।


  ହୃଦୟ ଭିତରେ       କିଛି ରହିଯାଏ 

       ମନର ଦରଜ ହୋଇ 

 କିଛି କାମ ଆମ      ବାକି ରହିଯାଏ 

      ପାରୁନା ତାକୁ ନିଭାଇ ।


  ଜୀବନ ବାଟରେ      କିଛି ସାଙ୍ଗ ସାଥି 

      ରାଗି ଛାଡି ଚାଲି ଗଲେ 

 ଆଉ କିଛି ସାଥୀ   ମୁଂହ ମୋଡିଦେଇ 

      ସବୁଦିନ ଶୋଇଗଲେ ।


 ପlରିବି ତ ଥରେ     ତାଙ୍କରି ଓଠରେ 

      କିଛି ହସ ଖେଳାଇବି 

 ମୋ ପ୍ରିୟ ସାଥୀଙ୍କ   କବର ଉପରେ 

      ଗୋଲାପଟେ ରଖି ଯିବି ।


କିଛି ମୋ ସପନ     ପୁରା ଯା ହୋଇନି 

      ପୋତିବି କବର ତଳେ 

ଭାବୁଛି ଯୋଡିବି     ଭଙ୍ଗା ସମ୍ପର୍କ କୁ 

      ଭଲ କରି ଆଉ ଥରେ ।


ମୋର ଲୁହ କିଏ    ପୋଛୁବା ନ ପୋଛୁ 

     ନିଜେ ପୋଛିବା ଶିଖିବି 

ଜୀବନ ବାଟରେ      ଥକିବl ଆଗରୁ 

      କିଛି ଖୁସି ବାଣ୍ଟି ଯିବି ।



Rate this content
Log in

Similar oriya poem from Action