STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଉପହାର

ଉପହାର

1 min
264


ଜୀବନ ଛକରେ ଅପେକ୍ଷାରତ ସେ

ପାଇବାକୁ କିଛି ବିଶ୍ବାସ ଓ ଭରସା

କିଛି କିଛି କଥା ମନକୁ ଆସେନି

ପାଇବାକୁ ବଢେ ଏକାନ୍ତ ମନର ଆଶା।


ବିଶ୍ୱାସ ବଢିଲେ ଭରସା ଯେ ବଢେ

ଭରସା ବଢିଲେ ବଢ଼େ ଯେ ଅପେକ୍ଷା

ଅପେକ୍ଷାର ଅନ୍ତ କେବେ ତ ସରେନା 

ପାଇବ ବୋଲି ସେ କରେ ପ୍ରତୀକ୍ଷା।


କିଛି କାମ କିଛି କଥା ଏ ମନକୁ 

ବିଭ୍ରାଟ କରେ ରାତିଦିନ ଦିନରାତି

ଉପହାର କିଛି ମିଳିଗଲେ ଥରେ

ମନରେ ବଢଇ ଆଶା ର ଗତି।


ମନ ଉପବନେ ଉଡନ୍ତା ପବନ

ଶୀହରଣ କଲେ ବଢଇ ଆଶକ୍ତି

ଉପହାର ପାଇଁ ଲୋଭ ଯେବେ ବଢେ 

ମନେ ବଢେ ବିଶ୍ବାସର କରାମତି।


ଉପହାର ଯେବେ ମିଳିଯାଏ କିଛି

ମନର ବିଶ୍ବାସ ହୁଏ ଦ୍ଵିଗୁଣିତ

ଆଗକୁ ଆଗ ପାଦ ସେ ଥାପେ 

ସେହି ପ୍ରଲୋଭନେ ଆଗ୍ରହ ବଢଇ

ଦୁଃଖ ଯାଇ ସୁଖ ହୁଏ ପ୍ରବେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract