STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଅଭୂଲା ସେ ମୁହୂର୍ତ୍ତ କିଛି

ଅଭୂଲା ସେ ମୁହୂର୍ତ୍ତ କିଛି

1 min
343


ଅତୀତ ତାଣ୍ଡବ ଭୁଲି ହେବ ନାହିଁ

  ମନେ ପଡୁ ଅଛି ଏବେ,

ଗାଁଆ ଛୁଇଁ ଥିଲା ଅଦୁର୍ଶ ରୋଗଟି

  ହେଲେ ବିଚିଳିତ ତେବେ।


ଅଦୁର୍ଶ ରୋଗରେ ପୀଡ଼ିତ ଭି ଥିଲେ

 ନିର୍ଦ୍ଦେଶକୁ ମାନୁ ଥିଲେ,

ଯାଇ ନାହିଁ କେହୁ ଡାକ୍ତରଖାନାକୁ

 ଘରେ ସବୁ ଭଲ ହେଲେ।


ଗଛପତ୍ର ଲତା ଘେରି ଅଛି ଗାଆଁ

 ଶୁଦ୍ଧ ବାୟୁ ପ୍ରଭାବିତ,

ପରିସ୍କାର ଅଛି ସମ୍ପୂର୍ଣ୍ଣ ଗାଆଁଟି

 ରୋଗ ନକଲା ଆଫତ।


ଶିକ୍ଷିତ ଗାଆଁଟି ବିଚ୍ଛନ୍ନ ଭୂମିରେ

 ଯୁଗୁ ଯୁଗୁ ଅବସ୍ଥିତ,

ଓଡ଼ିଆ ଭାଷୀହିଁ ନିବାସୀ ତହିଁରେ

 ତାଙ୍କ ଘର ଅବସ୍ଥିତ।


ଅଳଙ୍କାର କଲେ ମାସ୍କ ପିନ୍ଧିବାଟି

  ଦୂରତ୍ୱ କରିଲେ ମନ୍ତ୍ର,

ସାବୁନରେ ହାତ ଧୋଉ ଥିଲେ ନିତି

  କଲେଟି ତାହାରି ମନ୍ତ୍ର।


ନ ପାରିଲା କିଛି କରୋନା ରୋଗଟି

 ସୁରକ୍ଷାର ଶକ୍ତି କେତେ?

ଓମିକ୍ରନ୍ ମଧ୍ୟ ନ ପାରିବ କିଛି

 କର୍ତ୍ତବ୍ୟର ଶକ୍ତି କେତେ?


ଶତ ପ୍ରତିଶତ ଟିକା ଲାଗି ଅଛି

 ସୁଗନ୍ଧ ପବନ ଯହିଁ,

ପରିସ୍କାର ପୁଣି ସମ୍ପୂର୍ଣ୍ଣ ଗାଆଁଟି

 ଆଜ୍ଞାକାରୀ ଜନେ ତହିଁ।


ଅତୀତର କଥା ମନେ ପଡୁ ଅଛି

 ସୁରକ୍ଷିତ କଲେ ପ୍ରଭୁ,

କର୍ତ୍ତବ୍ୟ ନିଷ୍ଟାରେ ଭୂଷିତ ଗାଆଁଟି

 ଭକ୍ତି ଶୁଣି ଥିଲେ ପ୍ରଭୁ।


କଳିଯୁଗ ଏହୁ ଦୁଃଖ ହିଁ ଦେବସେ

 ଦୃଢତା କର୍ତ୍ତବ୍ୟ ଆମ,

କର୍ତ୍ତବ୍ୟ ପାଳନେ ତତ୍ପର ରହିବା

  ମାନବ ଧର୍ମ ଟି ଆମ।


କର୍ତ୍ତବ୍ୟ ପାଳନେ ନ କଲେ ନିଅଁଟ

  ନିର୍ଦ୍ଦେଶ ପାଳନ କଲେ,

କଲେ ଅଳଙ୍କାର ମାସ୍କ ପିନ୍ଧିବାଟି

  ଗାଆଁକୁ ସୁରକ୍ଷା କଲେ।


ବିଜୟୀ ହୋଇଲେ ଅଦୁର୍ଶ ରୋଗରୁ

  କର୍ତ୍ତବ୍ୟ ପାଳନ କଲେ,

କଥା ଡ଼ାକ୍ତରର ପାଳନ କରିଲେ

  ହୋଇଲେ ବିଜୟୀ ଭଲେ।


ଦେଖିଣ ତାଣ୍ଡବ ଓମିକ୍ରନ୍ ରୋଗେ

  ଗାଆଁକୁ ଜାଗ୍ରତ କଲୁ,

ମାସ୍କ ପିନ୍ଧୁ ଛନ୍ତି ଗ୍ରାମବାସୀ ଏବେ

  ଦୂରତା ପୁଣି ରଖିଲୁ।


ସାବୁନରେ ହାତ ବାରମ୍ବାର ଧୁଆ

  କରୁଛନ୍ତି ଗ୍ରାମବାସୀ,

ହେଳା ନ କରନ୍ତି ନୀୟମ ପାଳନେ

  କର୍ତ୍ତବ୍ୟରେ ଗ୍ରାମବାସୀ।


ଅତୀତର କଥା ଶିକ୍ଷା ଦେଉ ଅଛି

  ରହିଅଛି ଆଶିର୍ବାଦ,

ଜଗନ୍ନାଥ ଶକ୍ତି ଆବିର୍ଭାବ ପୁଣି

  ସୁସ୍ଥ ହେବା ଆଶିର୍ବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action