Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ପ୍ୟାରୀମୋହନ ମହାପ୍ରୟାଣ ଦିବସରେ

ପ୍ୟାରୀମୋହନ ମହାପ୍ରୟାଣ ଦିବସରେ

1 min
279



ମନେ ପଡେ, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ

ମହାପ୍ରୟାଣ ଦିବସରେ

ସେ ଜୀବନ କଟାଇଲେ ପରାଧୀନ ଜାତିର 

ଉନ୍ନତି ଓ ସ୍ଵାର୍ଥରକ୍ଷା ଶପଥରେ ।


ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ଗଠନ ଥିଲା 

ଲକ୍ଷ ସେଇ ୨୮ ବର୍ଷର ଯୁବକଟିର! 

ସଂଗ୍ରାମରତ ଥିଲେ ଓଡ଼ିଆ ପ୍ରଚଳନ ଓଡ଼ିଶାର

ଶିକ୍ଷାନୁଷ୍ଠାନରେ ପାଠ୍ୟ ଭିତର ।


ସଞ୍ଜିବନୀ ସିଞ୍ଚିବେ ଜାଗରଣ ଅସତ୍ୟ ବିରୁଦ୍ଧରେ

ଶିଥିଳ ଓଡ଼ିଆଙ୍କ ପ୍ରାଣରେ

ଉତ୍କଳ ଅନ୍ୟାୟରୂପୀ ତାମସ ଗଗନେ ଦେଖା

ଦେଲେ ଉଲକାସମ ପୁରୋଭାଗରେ ।


୧୮୭୫ରେ ତାଙ୍କ ଚେଷ୍ଟାରେ ପାଠଶାଳା ଉନ୍ନୀତ 

ହେଲା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ,

୧୮୭୯ରେ ପ୍ରତିଷ୍ଠା କଲେ ଏକ ହାଇସ୍କୁଲ, ନାମିତ 

ହେଲା ସେଇ କଟକ ଏକାଡେମୀକୁ ।


ଭାରତବର୍ଷର ବିଶିଷ୍ଟ ବିପ୍ଳବୀ, ଶିକ୍ଷାବିତ୍, ସଂଗ୍ରାମୀ 

ବିପିନଚନ୍ଦ୍ର ପାଲ୍ ଯୋଗ ଦେଲେ

ଏ ଜାତିର ରକ୍ଷକ ପ୍ୟାରୀ ମୋହନ ସରଳ ଶାଶ୍ଵତ 

ମଙ୍ଗଳ ପ୍ରଶାନ୍ତ ବ୍ୟକ୍ତିତ୍ଵ ଥିଲେ  ।


ସମଗ୍ର ଓଡ଼ିଶାରେ ବାସ ଚହଟାଇ ମାତ୍ର ୩୦ ବର୍ଷ

ଅଭିନୟ ସାରି ପୁଣି ଫେରିଗଲେ

୧୮୮୧ ମସିହା ଡିସେମ୍ବର ମାସ ୨୮ତାରିଖ ଗୁରୁବାର 

ଦିନ ଇହଲୀଳା ସମ୍ବରଣ କଲେ ।


ଆଜି ପ୍ୟାରୀମୋହନ ନାହାଁନ୍ତି ସତ, କିନ୍ତୁ ତାଙ୍କ ହାତ

ଗଢ଼ା ପ୍ୟାରୀମୋହନ ଏକାଡେମୀ ଅଛି ରହି

ନୁହେଁ ସେହି ଶିଖା ଲିଭିବାର କେବେ, ପ୍ରତି ଓଡ଼ିଆର

ହୃଦୟରେ ରହିଛି ଆଲୋକର ଶିଖା ହୋଇ ।


ତେଣୁ ଏହି ଦିନରେ ଉକ୍ତ କବିତାଟି ମାଧ୍ୟମେ ପ୍ରତ୍ୟେକ ଓଡିଆଙ୍କୁ

ତାଙ୍କ ସ୍ମରଣେ କରେ ନିବେଦନ ।


ଜାତି ପାଇଁ ସ୍ଵାର୍ଥକୁ ଯେ ତ୍ୟାଗ କରେ

ସମାଜର ଉନ୍ନତି ପାଇଁ ଆଶାରେ ।


ଲକ୍ଷ୍ୟ ଅଲଗା ଜୀବନର

ଦୁସ୍ଥ ପାଇଁ ସମବେଦନାର ସ୍ୱର ।


ଅସତ୍ୟ ବିରୁଦ୍ଧରେ ସଂକଳ୍ପ ସଂଗ୍ରାମ କର 

ଆଗେଇ ଚାଲ ତରୁଣ ଯେତେ ମୋ ଦେଶର ।


ଅନ୍ୟାୟ ଅସତ୍ୟ ବିରୁଦ୍ଧରେ

ଅତ୍ୟାଚାରୀ ସରକାର ବିରୁଦ୍ଧରେ ।


ଭ୍ରଷ୍ଟାଚାରୀ ସରକାରୀ କଳ ବିରୁଦ୍ଧରେ

ମାଗିଖିଆ ସୃଷ୍ଟି କରିବା ନୀତି ବିରୁଦ୍ଧରେ ।


ଉଠ, ଉଠ, ଉଠ ନିଦ୍ରା ପରିହର

ଜାତି ଓ ଧରମ ମୋହ ଦୂର କର ।


ତୋଳି ଧର ଜାଗରଣର ବାର୍ତ୍ତା ହେ ସାହିତ୍ୟିକ 

ହୁଅ ଜାଗ୍ରତ ପ୍ରହରୀ ଯେତେ ଓଡିଆ ଭାଷାର ସାଧକ ।


ଆଜି ଶତବର୍ଷ ପରେ ସତ୍ୟର ସନ୍ଧାନୀ ଦେଶଭକ୍ତ ସେହି, ଅଗ୍ରଦୂତ ବିପ୍ଳବୀ ପ୍ୟାରୀମୋହନର ପଦେ ପ୍ରଣତି ମୋ ଚିତ୍ତ ରଞ୍ଜନ ନନ୍ଦ ଓ କୋଟି କୋଟି ଓଡିଆ ତରଫରୁ ଢାଳେ ଭକ୍ତି ଭରେ କୋଟି ନମନ ।


Rate this content
Log in

Similar oriya poem from Action