ହେ ଯନ୍ତ୍ରଣା
ହେ ଯନ୍ତ୍ରଣା
ହେ ଯନ୍ତ୍ରଣା, ତୁମେ କର କେତେ ଛଳନା
କେବେ କହିଦିଅ, କେବେ ସାଧ ନୀରବତା,
ତୁମେ ଲୁଚି ଲୁଚି ଆସ, କିଛି କୁହନା
କେବେ କହି ହୁଏନା ତୁମ କଥା |
ତୁମକୁ ବୁଝିବାକୁ ଯେବେ ଭାବିଛି ଆଗୋ ଯନ୍ତ୍ରଣା
ବୁଝି ତ ପାରିନି, ପାଇଛି ଯାତନା,
ତୁମେ କିନ୍ତୁ ଯେବେ ସାଥି ହୋଇ ରହିଥାଅ
ତୁମକୁ କେହି କେବେ ବୁଝି ପାରେନା|
ଯେବେ ଭାବେ ବସି ବସି ତୁମକୁ ଯନ୍ତ୍ରଣା
କେବେ ଡର ଲାଗେ, ଲାଗେ ହସ,
ମନେପଡେ ତୁମ ସେହି ସବୁ ଯେତେ ନିର୍ଯ୍ୟାତନା
ଆଉ କେବେ କାହାର କିଛି ପରିହାସ |
ସେହି ପରିହାସ ଦେଖି ତୁମେ ଯେବେ ରାଗିଯାଅ
ହେ ଯନ୍ତ୍ରଣା, ତୁମେ କିଛି କୁହନାହିଁ,
ଖାଲି ନିଜକୁ ଦବାଇ ରଖିବାର କର ବାହାନା
ଲାଗେ ସତେ କିଛି କେବେ ହୋଇନାହିଁ|
ତେବେ ତୁମେ ପୁଣି କହିଦିଅ, ହେ ଯନ୍ତ୍ରଣା
ଓଠରେ ମିଠା ମିଠା ହସ ଫୁଟାଇବାକୁ,
ସେହି ହସରେ ମିଛ ଅବା ସତ ରହିଥାଏ
ସମୟ ଦିଅନା କେବେ ତାକୁ ଭାବିବାକୁ |
ବେଳେ ବେଳେ ତୁମେ ଯେବେ କରିଥାଅ ପରୀକ୍ଷା
ହେ ଯନ୍ତ୍ରଣା, ତୁମେ ଭାରି ଭଲଲାଗ,
ଯେବେ ମିଳିଯାଏ ବହୁ ପ୍ରତୀକ୍ଷା ପରେ ସଫଳତା
ମନରେ ଖେଳଇ କେତେ ଆନନ୍ଦର ଭାବ |
ଖାଲି ସେତିକିରେ ଲାଗେ ସରେନାହିଁ ତୁମ ଖେଳ
ତୁମେ ଲୁଚିଯାଅ ଯେବେ ହେ ଯନ୍ତ୍ରଣା,
ଦିଅ ସେବେ ତୁମେ ସଭିଙ୍କୁ ଭୁଲିବାର ଶିକ୍ଷା
ଲାଗେ ସବୁ ଖାଲି ତୁମର ବାହାନା |
ଏବେ ସତ କୁହ ତୁମେ, ହେ ଯନ୍ତ୍ରଣା
କାହିଁକି କେଜାଣି ତୁମେ ଭୁଲି ହୁଅନା,
କେମିତି ଶିଖିଲ ତୁମେ ଏହି ଛଳନାର ମନ୍ତ୍ର
କାହା ସଙ୍ଗେ କର ତୁମେ ମନ୍ତ୍ରଣା ?
କିଏ କହେ ତୁମେ ଜନ୍ମରୁ ରହିଛ ସାଥିରେ
ଛାଇ ପରି ସଦା, ହେ ଯନ୍ତ୍ରଣା,
କିନ୍ତୁ, ତୁମେ କାହିଁକି କେବେ କିଛି କୁହନା
ମୃତ୍ୟୁ ପରେ ଆଉ ଦେଖା ଦିଅନା |
ଏତେ ସବୁ ପ୍ରଶ୍ନ ତୁମକୁ, ହେ ଯନ୍ତ୍ରଣା
ତଥାପି କେବେ ଉତ୍ତର ମିଳେ ନାହିଁ,
ଲାଗେ ଏବେ ତୁମେ ଭୁଲି କି ଯାଇଛ
ଅବା ତୁମ ସେହି ମନ୍ତ୍ରଣା ସରିନାହିଁ !
ଯାହା ଯେତେ ତୁମେ କର, ହେ ଯନ୍ତ୍ରଣା
ରହିଛି ପ୍ରସ୍ତୁତ ସଦା ତୁମ ପାଇଁ,
ହସି ହସି ଦେଖ ତୁମକୁ ବରୁଛି କେତେ
ମୋତେ ଆଉ କିଛି ଭୟ ନାହିଁ |p