Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Children

4  

Bharatabandhu Biswal

Action Inspirational Children

ମାଟି ମୋ ଜୀବନ

ମାଟି ମୋ ଜୀବନ

1 min
400



ମାଆ ମୋ ବିରଜା ମାଟି ମୋ ଜୀବନ

ମାଟି ମୋର ପରିଚୟ

ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର

ସୁସାହିତ୍ୟ ସେବା ଧ୍ୟେୟ

ସତ୍ୟର ହେଉ ଜୟ

ସବୁଜ ସୁନ୍ଦର ସୁଫଳା ମୋ ମାଟି

ଓଡ଼ିଆ ମୁଁ ଭାରତୀୟ ।

ମହକେ ମୋ ମାଟି ଅଗୁରୁ ଚନ୍ଦନ

ବହଇ ନଦୀ ନିର୍ଝର

ହସଇ ମାଟିରେ ସୁନାର ଫସଲ

ଫଳମୂଳ ସୁମଧୁର

ଉଁଏ ସୂର୍ଯ୍ୟ ରୂପାଜହ୍ନ

ଝଲସାଏ ସ୍ୱପ୍ନ ରଜନୀରେ ଜ୍ୟୋତ୍ସ୍ନା

ସୁନେଲି କିରଣ ରଙ୍ଗ ।

ବାସେ ମହମହ ରଙ୍ଗ ରସ ରୂପ

ବାରମାସେ ପର୍ବ ତେର

ପରବ ପର୍ବାଣୀ କେତେ ଯାନିଯାତ

ଭରେ ଆନନ୍ଦ ଉତ୍ସାହ

ସରଳ ସ୍ୱଭାବ ଗୁଣେ

ଚଳୁ ମିଳିମିଶି ଆମେ ଦେଶବାସୀ

ଏକମନ ଏକ ପ୍ରାଣେ ।

ହେଉ ପୁଲକିତ ଜନମନ ହର୍ଷ

କୁସୁମିତ ହେଉ ପଥ

ଚଳୁ ବଡ଼ଦାଣ୍ଡେ ଜାତି ନନ୍ଦିଘୋଷ

ଉଡୁ ଫରଫର ନେତ

ଲକ୍ଷ୍ୟ ହେଉ ସୁନିଶ୍ଚିତ

ହେଉ ବିଶ୍ୱଗୁରୁ ମହାନ ଭାରତ

ବିତରୁ ଜ୍ଞାନ ଆଲୋକ ।

  


Rate this content
Log in

Similar oriya poem from Action