Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

1 min
380



ନୂଆ ବରଷର ଅନୁଭୂତି ଭିନ୍ନ

ନୂଆମନ ନୂଆ ପ୍ରାଣ

ନୂଆ ବରଷର ମଙ୍ଗଳ ପ୍ରଭାତ

ବିଞ୍ଚେ ସୁନେଲି କିରଣ ।

ନୃତ୍ୟ ଗୀତ ଭୋଜିଭାତର ଆସର

ଜମିଥାଏ ପୂର୍ବରାତି

ବାରଟା ବାଜିଲେ ଶୁଭ ନବବର୍ଷ

ଅଭିନନ୍ଦନ ଜଣାନ୍ତି ।

ନୂଆ ବରଷରେ ଆନନ୍ଦ ଉଲ୍ଲାସ

ବଣଭୋଜି ଆୟୋଜନ

ମଜାଲାଗେ ଭାରି ସାଙ୍ଗ ସାଥିମେଳ

ହରିନିଏ ମନ ବନ ।

ସବୁଜିମା ଭରା ବନ ପରବତ

ପାହାଡି ଟିକି ଝରଣା

କୁଳୁକୁଳୁ ନାଦେ କୁହଇ କାନରେ

ଟିକିଏ ବନ୍ଧୁ ଛୁଅ'ନା ।

ନାଚଇ ମୟୂର ଟେକି ତାର ପୁଚ୍ଛ

ତରକି ହରିଣ ଧାଏଁ

ନାହିଁ କୋଳାହଳ ମଧୁର କାକଳି

ପ୍ରାଣକୁ ନିଶ୍ଚୟ ଛୁଏଁ ।

ନିଶ୍ୱାସ ପ୍ରଶ୍ୱ।ସ ଲାଗଇ ସ୍ୱଚ୍ଛନ୍ଦ

ଆନନ୍ଦ ହୁଅଇ ମନ

ଜାଣି ହୁଏ ନାହିଁ ନଇଁ ଯାଏ ସଞ୍ଜ

ଲାଗେ ଖାଲି କାନ୍ଦ କାନ୍ଦ ।

ମାଆ ପରି ଆମ ଅଟଇ ପ୍ରକୃତି

ନିର୍ଭର ଲାଗେ ତା କୋଳ

ଅକୃତ୍ରିମ ତାର ମୁକ୍ତ ପରିବେଶ

ବାୟୁଜଳ ସୁଶୀତଳ ।

ପ୍ରଦୂଷିତ ଅତି ଗ୍ରାମ ଓ ସହର

ଶ୍ୱାସ ହୋଇଯାଏ ରୁଦ୍ଧ

ବରଷକେ ଥରେ ଦିଏ ବଣଭୋଜି

ପ୍ରଶାନ୍ତି ଅମୃତ ସ୍ୱାଦ ।

ଆମ ନଦୀକୂଳ ପର୍ଯ୍ୟଟନ ସ୍ଥଳୀ

ବଣଭୋଜି ମହାନନ୍ଦ

ଦେଉ ନାହିଁ ଆଉ ପୂର୍ବ ପରି ସୁଖ

କାରଣ ଦୁର୍ଭାଗ୍ୟପୂର୍ଣ୍ଣ ।

ସୁପରିଚ୍ଛନ୍ନତା ସ୍ଥଳୀର ବିକାଶ

ପ୍ରତି ରହୁ ନାହିଁ ଧ୍ୟାନ

ଅନେକ କ୍ଷେତ୍ରରେ କରୁଛନ୍ତି ଦୁଷ୍ଟ

ଅବୈଧ ଅତିକ୍ରମଣ ।

ଆଣୁ ନବବର୍ଷ ସୁଖର ସମ୍ଭାର

ବିକାଶ ସୁଅବସର

ଝଲସୁ ଜୀବନେ ଆଶାର ଆଲୋକ

ସବୁଜ ସୃଷ୍ଟି ସୁନ୍ଦର ।

    -----


Rate this content
Log in

Similar oriya poem from Action