Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Children

4  

Bharatabandhu Biswal

Action Inspirational Children

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
331



ପଦବ୍ରଜେ ଗଲେ ସାନ୍ଧ୍ୟ ଭ୍ରମଣରେ

ମିଳଇ ଅପାର ଶାନ୍ତି

ଖାଲି ହୋଇଯାଏ ମନରୁ ଦୁଶ୍ଚିନ୍ତା

ଅସ୍ତରାଗ ଶୋଭା ଦେଖି ।


ପଶ୍ଚିମ ଆକାଶେ ଦିଗନ୍ତ ବିସ୍ତାରୀ

ଲୋହିତ ବର୍ଣ୍ଣର ବିଭା

ବୁଡି ଆସୁଥିବେ ଅସ୍ତଗାମୀ ରବି

ଦପଦପ ସନ୍ଧ୍ୟା ତାରା ।


ଥିଲେ ଶୁକ୍ଳପକ୍ଷ ପୂରୁବ ଦିଗରେ

ଘଡ଼ି ମାରୁଥିବ ଜହ୍ନ

ନଦୀକୂଳ ଅବା ଖୋଲା ପଡିଆରେ

ବହେ ଶୀତଳ ପବନ ।


ସଙ୍ଗେ ଥିଲେ ସାଥି ଚାଲେ କଥାବାର୍ତ୍ତା

ଜମେ ଅସରନ୍ତି ଗପ

ଜାଣି ହୁଏନାହିଁ ବିତଇ ସମୟ

ରାତିରେ ହୁଅଇ ନିଦ ।


ଆଖିରେ ପଡ଼ଇ ପ୍ରାକୃତିକ ଦୃଶ୍ୟ

ସୁନ୍ଦର ସୁମନୋହର

ଫେରନ୍ତି ନୀଡ଼କୁ ଜାତିଜାତି ପକ୍ଷୀ

ଗୋଶାଳାକୁ ଗୋରୁପଲ ।


ବାଟୋଇଙ୍କ ସାଥେ ହୁଏ ସମ୍ଭାଷଣ

ସୁଯୋଗ ସନ୍ଧ୍ୟା ଭ୍ରମଣ

ଅଭ୍ୟାସ ନିଶ୍ଚୟ କରିବା ଉଚିତ

ପ୍ରଫୁଲ୍ଲ ରହିବ ମନ ।

  


Rate this content
Log in

Similar oriya poem from Action