ସତ୍ୟ ଶାଶ୍ବତ ନଲୁଚେ କେବେ
ସତ୍ୟ ଶାଶ୍ବତ ନଲୁଚେ କେବେ
ମଣିଷ ଜନମ, ଭାବ ଯଦି ଦୁର୍ଲଭ
ଯୋଗୁଁ ଜନ୍ମିତ ।
ସବୁଠୁ ଚତୁର ବିଚାରବନ୍ତ ମଣିଷତ୍ୱ
ଗୁଣେ ବିକଶିତ ।।
ଶିକ୍ଷା ଓ ସଂସ୍କାର ମଣିଷତ୍ୱ ରହେ
ଧନୀ ହେଉ କି ଗରିବ ।
ଅହଂକାର ନଥିଲେ ମଣିଷ ସଭିଙ୍କୁ
ନିଜର କରିବ ।।
ସତ୍ୟ ଅଟେ ଶାଶ୍ବତ, ନଲୁଚେ କେବେ
ଅଣ୍ଟିରେ ଧରିଲେ ଲାଗେ ନିଆଁ ।
ଦିନେ ନା ଦିନେ ଫୁଟି ବାହାରିବ ଅବଗତ
ହୋଇଵେ ସାରା ଦୁନିଆ ।।
ଦିନେ ନା ଦିନେ ସତ୍ୟ ହୁଏ
ଜୟଯୁକ୍ତ ।
ଡେରି ହେଉ ପଛେ ମିଥ୍ୟା
ହୁଏ ଧ୍ୱଂସପ୍ରାପ୍ତ ।।
ତେବେ ଧୈର୍ଯ୍ୟହରା କାହିଁକି
ହୋଇବ କୁହ ।
ନିଜର ବଦନେ ଦୁଃଖ କାହିଁକି
ଆଣିବ କୁହ ।।
ମଣିଷ ଏକ ସାମାଜିକ ପ୍ରାଣୀ, ସମାଜ
ସହିତ ସଂପର୍କ ରହିବ ।
ମଣିଷର ମଣିଷ ସହିତ ସଂପର୍କ
ରହିଛି, ରହିଥିଲା, ରହିଥିବ ।।
ବୈଭବର ଗର୍ଵେ ଅହଂକାର ଯୋଗୁଁ
ଭଲ ରୁହେନା ସ୍ନେହର ଭାବନାରେ ।
ଏହି ସ୍ୱଭାବ ରହିଲେ, ଦିନେ ତାର
ମୃତ୍ୟୁର କାରଣ ହୁଏ ଏ ଭବରେ ।।
ରୂପର ଚାତୁରୀ, ଧନ ଦରବ ସବୁତ
କିଛି ଦିନକ ପାଇଁ ।
ମିଛ ଅହଙ୍କାରରେ କାହିଁକି ସମ୍ପର୍କ
ଠାରୁ ଯିଵା ଦୁରେଇ ।।
